ପୋଲାଭରମ୍‌ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

0

ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୮ରେ ପୋଲାଭରମ ପ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ପ୍ରଧାନମନ୍ତ୍ରୀ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା, ଛତିଶଗଡ଼ ଏବଂ ତେଲଙ୍ଗାନା ଦ୍ୱାରା ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ଓଡ଼ିଶା ବୈଠକରେ କ’ଣ ପକ୍ଷ ରଖିବ ସେ ନେଇ ରାଜ୍ୟ ସରକାର ନିଜକୁ ପ୍ରସ୍ତୁତ କରିଛନ୍ତି । ଦୁଇ ଦିନ ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.