ପିଏମଓ ପରିସରର ନାଁ ବଦଳି ହେଲା ସେବାତୀର୍ଥ

0

ପିଏମଓ ପରିସରର ନାଁ ବଦଳାଯାଇଛି, ନୂଆ ନାଁ ରଖାଯାଇଛି, ଯାହା ହେଉଛି ସେବା ତୀର୍ଥ । ସେବାତୀର୍ଥର ନାଁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନାମିତ କରାଯାଇଛି । କୁହାଯାଉଛି ନାମ ପରିବର୍ତ୍ତନ ସହ ବିଚାର ମଧ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନାମରେ ରହିଛି ଜନକଲ୍ୟାଣ ବାର୍ତ୍ତା । ଏହାସହ କେନ୍ଦ୍ର ସଚିବାଳୟ ନାମକୁ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ଭବନ କରାଯାଇଛି ।

ସେପଟେ ଓଡ଼ିଶାରେ ରାଜଭବନର ନାଁ ବଦଳିଛି । କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି । ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ ।

Leave A Reply

Your email address will not be published.