ଦିଲ୍ଲୀ ବାୟୁରେ ବିଷ

0

ନୂଆଦିଲ୍ଲୀ(ଆମ ଟିଭି): ରାଜଧାନୀ ଦିଲ୍ଲୀ ବାୟରେ ବିଷ। ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ। ପ୍ରଦୂଷିତ ଧୂଳି ଓ ଧୂଆଁର କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି କମୁଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି। ବିଭିନ୍ନ ଅଞ୍ଚଳରେ ଏକ୍ୟୁ ୪୫୦ ଉପରେ ରହିଛି। ଗୋଟେ ପଟେ ବିଷ ବଳୟ ଭିତରେ ଦିଲ୍ଲୀବାସୀ କଲବଲ ହେଉଥିବା ବେଳେ, ଏହାକୁ କମ କରିବାକୁ ସରକାର ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଉ ନଥିବା ଜଣା ପଡ଼ିଛି। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଗତକାଲି ଭଳି ଆଜି ମଧ୍ୟ ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟ ଛୁଟି ରହିବ।

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍ କରାଯାଇଛି। ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ୟ୍ୟକୁ ଅନୁମତି ମିଳିଛି। ଏଥିସହ ଡିଜେଲ୍ ଚାଳିତ ବସ୍ ଓ ଟ୍ରକ୍ ପ୍ରବେଶ ଉପରେ ମଧ୍ୟ ଲାଗିଛି କଟକଣା।

Leave A Reply

Your email address will not be published.