ପବନ ଖେଡାଙ୍କୁ ଗିରଫ କଲା ପୋଲିସ

0

ନୂଆଦିଲ୍ଲୀ : ବିଜେପିର ଅଭିଯୋଗକ୍ରମେ ଆସାମ ପୁଲିସ୍‌ ଶେଷରେ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ କରିଛି। ଆଜି ଶ୍ରୀ ଖେଡା ଦଳୀୟ ନେତାଙ୍କ ସହ ଦିଲ୍ଲୀରୁ ରାୟପୁର ଯିବାର ଥିଲା। ସେ ବିମାନରେ ବସି ସାରିଥିଲେ ହେଁ ତାଙ୍କୁ ଲଗେଜ ଚେକିଂ ନାଁରେ ତଳକୁ ଓହ୍ଲାଇ ଦିଆଯାଇଥିଲା।

ଏହାକୁ ନେଇ କଂଗ୍ରେସର ନେତାମାନେ ରନୱେରେ ଥିବା ବିମାନ ନିକଟରେ ବିକ୍ଷୋଭ ବି କରିଥିଲେ। ସେମାନେ ବିକ୍ଷୋଭ କରୁଥିବା ବେଳେ ଆସାମ ପୁଲିସ୍‌ର ଗୋଟିଏ ଟିମ ସେଠାରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି।

ଗିରଫ ପରେ ଖେଡାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟରେ ହାଜର କରାଯିବ। ସେଠାରୁ ତାଙ୍କୁ ପୁଲିସ୍‌ ନିଜ ସହ ଆସାମ ନେବ ବୋଲି ଜଣାପଡ଼ିଛି। ଶ୍ରୀ ଖେଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବାରୁ ବିଜେପି ତାଙ୍କ ଗିରଫଦାରୀ ଦାବି କରିଥିଲା। ଏପରି କି ବିଜେପିର ଜଣେ ଆସାମ ନେତା ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ପବନ ଖେଡାଙ୍କ ନାଁରେ ଆସାମର ହାଫଲଙ୍ଗ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିଲା। ଏହାପରେ ଆଜି ଆସାମ ପୁଲିସ୍‌ର ଗୋଟିଏ ଟିମ୍‌ ଦିଲ୍ଲୀ ଆସି ଶ୍ରୀ ଖେଡାଙ୍କୁ ଏୟାରପୋର୍ଟରୁ ଗିରଫ କରିଛି। ତେବେ କଂଗ୍ରେସ ଏପରି ଗିରଦାରୀକୁ ଅସାମ୍ବିଧାନିକ ବୋଲି କହିଛି।

Leave A Reply

Your email address will not be published.