କଣ୍ଠଶିଳ୍ପୀ ସୌରିନ ଘରେ ପୋଲିସ

0

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରେ କମିସନରେଟ୍ ପୁଲିସ ବୁଧବାର ଦିନ ରାତିରେ ଚଢ଼ଉ କରିଛି। ଜଣେ ମହିଳା ଏସ୍‌ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ଏହି ଚଢ଼ଉରେ କଲିକତା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବି ସହଯୋଗ କରିଥିବା ଜଣାପଡ଼ିଛି। ଜଗତପୁର ସାଇବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ସୌରିନୀଙ୍କୁ ହାଜର ହେବାପାଇଁ କୁହାଯାଇଥିବା ବେଳେ ସେ ନ ଆସିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଛି।

ବୁଧବାର ସକାଳେ କଟକ ପୁଲିସ ଟିମ୍ ଟ୍ରେନ୍ ଯୋଗେ କଲିକତା ଯାଇଥିଲେ। ଏହି ଟିମ୍ କୋଲକାତା ପୁଲିସ ସହିତ ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ମିଳିତ ଭାବେ ପୁଲିସ ଟିମ୍ ସୌରିନଙ୍କ ଘରେ ଚଢ଼ଉ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେଗଲା ୧୨ ତାରିଖରେ ସମ୍ପୃକ୍ତ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ। ସେବେଠାରୁ ସୌରିନଙ୍କ ପତ୍ତା ମିଳୁନାହିଁ। ତାଙ୍କ ମୋବାଇଲ୍ ଫୋନ୍ ସୁଇଚ ଅଫ୍ ହୋଇଯାଇଛି।

Leave A Reply

Your email address will not be published.