ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାରୀକୁ ଏନକାଉଣ୍ଟର

0

ଅମୃତସର(ଆମ ଟିଭି): ପଞ୍ଜାବରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଅମୃତସର ଜିଲ୍ଲା ଚୀଚା ଭକନା ଗାଁ ନିକଟରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳିକାଣ୍ଡ ଘଟିଛି । ଏନକାଉଣ୍ଟରରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଗ୍ୟାଙ୍ଗଷ୍ଟର ନିହତ ହୋଇଥିବା ଜଣାପଡିଛି । ଏହା ସହିତ ତା ଗ୍ୟାଙ୍ଗର ଅନ୍ୟ ୩ ଜଣଙ୍କୁ ମଧ୍ୟ ଏନକାଉଣ୍ଟର କରିସାରିିଛି ପଞ୍ଜାବ ପୋଲିସ । ମୋଟ ୪ ଜଣ ଗ୍ୟାଙ୍ଗଷ୍ଟର ନିହତ ହୋଇସାରିଥିବା ବେଳେ ୩ ଜଣ ପୋଲିସ କର୍ମୀ ଗୁରୁତର ହୋଇପଡିଛନ୍ତି । ଏବେ ମଧ୍ୟ ସେଠାରେ ପୋଲିସ ଏବଂ ଅପରାଧୀଙ୍କକ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଆହୁରି ୨ରୁ ୩ ଜଣ ସୁଟର୍‌ ସେଠାରେ ଲୁଚି ରହିଥିବା ଜଣାପଡିଛି । ଗତ ୪ ଘଣ୍ଟା ହେଲା ସେଠାରେ ଗୁଳି ବିନିମୟ ଜାରି ରହିଛି । ପୂର୍ବରୁ ପୋଲିସକୁ ସୂଚନା ମିଳିଥିଲା ଯେ, ସେଠାରେ ୨ ଜଣ ସୁଟର୍‌ ଲୁଚି ରହିଛନ୍ତି । କିନ୍ତୁ ପରେ ଜଣାପଡିଥିଲା ଯେ ଗ୍ୟାଙ୍ଗଷ୍ଟରଙ୍କ ସଂଖ୍ୟା ଅଧିକ । ପ୍ରାୟ ୬ ରୁ ୭ ଜଣ ସୁଟର୍‌ ସେଠାରେ ଲୁଚି ରହି ଗୁଳିମାଡ ଆରମ୍ଭ କରିଥିଲେ । ସଂପୃକ୍ତ ଅଞ୍ଚଳକୁ ୩୦୦ରୁ ଉର୍ଦ୍ଧ୍ବ ପୋଲିସ କର୍ମୀ ଘେରିରହିଥିଲେ । ଗୁଳିମାଡ ବେଳେ ୪ ଜଣ ସୁଟର୍‌ ନିହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ସୁଟର୍‌ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜାଣିବାକୁ ପାଇଛି ପୋଲିସ ।

ଘଟଣାକୁ ନେଇ ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କହିଛନ୍ତି, ‘ବୁଧବାର ଅମୃତସରରେ ପୋଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ପ୍ରବଳ ଗୁଳିକାଣ୍ଡ ହୋଇଛି । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଲୁଚି ରହି ପୋଲିସ ଉପରକୁ ଗୁଳି ଚଳାଇଥିଲେ ସୁଟର୍‌ । ପୋଲିସର ପାଲଟା ଆକ୍ରମଣରେ ୪ ଜଣ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି । ନିହତ ହୋଇଥିବା ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରୁ ମଧ୍ୟରୁ ୨ ଜଣ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ । ଏନକାଉଣ୍ଟରରେ ନିହତ ହୋଇଥିବା ଦୁଇ ସୁଟର୍‌ ହେଉଛନ୍ତି ଜଗରୂପ ସିଂହ ରୂପା ଏବଂ ମନପ୍ରୀତ ସିଂହ ।

Leave A Reply

Your email address will not be published.