ପ୍ରଚାର କରୁଥିବା ବେଳେ ମଞ୍ଚ ଉପରେ ଓୱେସିଙ୍କୁ ନୋଟିସ୍‌ ଧରାଇଲା ପୋଲିସ

0

ମୁମ୍ବାଇ (ଆମ ଟିଭି): ଆଉ ମାତ୍ର କିଛି ଦିନ ବାକି। ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ହେବାକୁ ଯାଉଛି ନିର୍ବାଚନ। ମହାରାଷ୍ଟ୍ରରେ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏ ନିର୍ବାଚନ ପ୍ରଚାର ସମୟରେ ଅଲ ଇଣ୍ଡିଆର ମଜଲିସ-ଇ-ଇସ୍ତେହାଦୁଲ ମୁସଲିମନ (ଏଆଇଏମଆଇଏମ) ଏବଂ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଏକ ରାଲିରେ ସୋଲାପୁର ପୋଲିସ ଓୱେସିଙ୍କୁ ଏକ ନୋଟିସ ପ୍ରଦାନ କରିଛି। ବିଶେଷ କଥା ହେଉଛି ଏହି ନୋଟିସ ଏକ ସର୍ବସାଧାରଣଙ୍କ ସମ୍ମୁଖରେ ମଞ୍ଚ ଉପରକୁ ଯାଇ ପୋଲିସ ଦେଇଛି। ମହାରାଷ୍ଟ୍ରର ସୋଲାପୁରରେ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ମଞ୍ଚ ଉପରେ ତାଙ୍କୁ ପୋଲିସ ନୋଟିସ୍‌ ଧରାଇଛି।

ସୋଲାପୁର କେନ୍ଦ୍ରୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ ଫାରୁକ୍ ଶାବାଡିଙ୍କ ରାଲିରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ ଓୱେସିଙ୍କୁ ନୋଟିସ ଦିଆଯାଇଥିଲା। ଭାରତୀୟ ସିଭିଲ କୋଡର ଧାରା ୧୬୮ ଅନୁଯାୟୀ ଓୱେସିକୁ ପୋଲିସ ନୋଟିସ ଜାରି କରିଛି। ସୋଲାପୁର ପୋଲିସ ଦେଇଥିବା ନୋଟିସକରେ ଓୱେସିଙ୍କୁ କୌଣସି ସମ୍ପ୍ରଦାୟର ଭାବନାକୁ ଆଘାତ ନକରିବାକୁ ଏବଂ ପ୍ରଦାହଜନକ ଭାଷଣ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାପୂର୍ବରୁ ଅସଦୁଦ୍ଦିନ ଓଓ୍ୱେସି ଛତ୍ରପତି ସାମ୍ବାଜୀନଗରରେ ପହଞ୍ଚିଥିଲେ, ଯେଉଁଠାରୁ ସେ ଔରଙ୍ଗାବାଦର ନାମ ବଦଳାଇବା ପାଇଁ ମହାୟୁତୀ ଏବଂ ମହାବିକାଶ ଅଘାଡିଙ୍କୁ ଟାର୍ଗେଟ କରିଥିଲେ। ସେହିପରି ମୁମ୍ବାଇର ଭାୟଖଲାରେ ମଧ୍ୟ ପ୍ରଚାର ବେଳେ ଓଓ୍ୱେସି ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ ଏମାନେ ମୋର ମୁକାବିଲା କରିପାରିବେ ନାହିଁ।

Leave A Reply

Your email address will not be published.