ବ୍ରିଟେନ ପରେ ଇଟାଲୀରେ ଦେଖାଦେଲା ରାଜନୀତିକ ସଙ୍କଟ, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି
ରୋମ୍ : ବ୍ରିଟେନ ପରେ ଇଟାଲୀରେ ଦେଖାଦେଲା ରାଜନୀତିକ ସଙ୍କଟ। ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି। ଆଜି ଅର୍ଥାତ୍ ଗୁରୁବାର ଦିନ ରାଷ୍ଟ୍ରୀୟ ଏକତା ଗଠବନ୍ଧନ ସରକାର ( National Unity Coalition Government) ଭାଙ୍ଗିବା ପରେ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।ଗଠବନ୍ଧନର ମହତ୍ତ୍ୱପୂର୍ଣ୍ଣ ସଦସ୍ୟଙ୍କ ବିଶ୍ୱାସ ମତରେ ସାମିଲ ନହେବା ପରେ ପିଏମ୍ ମାରିଓ ଦ୍ରାଘିଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ସେ ଆଜି ସକାଳେ ରାଷ୍ଟ୍ରପତି ସର୍ଗିଓ ମତ୍ତାରେଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଏବେ ଦେଶରେ ପୁଣି ଥରେ ନିର୍ବାଚନ ହେବ । ମାରିଓ ଦ୍ରାଘିଙ୍କ ଇସ୍ତଫାଙ୍କୁ ସ୍ପଷ୍ଟ କରି ମତ୍ତାରେଲାଙ୍କ କାର୍ଯ୍ୟାଳୟ କହିଛି, ରାଷ୍ଟ୍ରପତି ମାରିଓ ଦ୍ରାଘିଙ୍କର ଇସ୍ତଫା ଉପରେ ଧ୍ୟାନ ଦେଇଛନ୍ତି ।