ବ୍ରାଜିଲରେ ରାଜନୈତିକ ହିଂସା: ବିଦା ହେଲେ ରାଜ୍ୟପାଳ

0

ନୂଆଦିଲ୍ଲୀ (ଆମ ଟିଭି): ବ୍ରାଜିଲରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ । ପୂର୍ବତଦନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ହିଂସାତ୍ମକ ସ୍ଥିତି ସୃଷ୍ଟି କରିଛନ୍ତି । ଏହି ଘଟଣାରେ ସୁପ୍ରିମକୋର୍ଟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୩ ମାସ ପାଇଁ ବହିସ୍କାର କରିଛନ୍ତି। ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ପାଇଁ ରାଜ୍ୟପାଳଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରାଜିଲର ଦକ୍ଷିଣପନ୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ୩୦୦୦ ସମର୍ଥକ ରବିବାର ବ୍ରାଜିଲର ରାଷ୍ଟ୍ରପତି ଭବନ ଏବଂ ର ସୁପ୍ରିମକୋର୍ଟରେ ଧସେଇ ପଶିବା ପରେ ଏହି କାର୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରାଜିଲର ନବ ନିର୍ବାଚିତ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କୁ ବିରୋଧ କରି ତାଙ୍କୁ ଶାସନ ଗାଦିରେ ବସେଇ ନଦେବା ଲାଗି ପୂର୍ବତନ ରାଷ୍ଟ୍ରପତିଙ୍କ ଶତାଧିକ ସମର୍ଥକ ରବିବାର ହଙ୍ଗାମା କରିଥିଲେ। ରାଷ୍ଟ୍ରର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ଆକ୍ରମଣକୁ ନେଇ ଉଚ୍ଚସ୍ତୟ ତଦନ୍ତ ଆରମ୍ଭ ହୋଇଛି।

୪ ଦଶନ୍ଧି ହେବ ବ୍ରାଜିଲରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି। ତେବେ ରବିବାର ହିଂସାକାଣ୍ଡ ଘଟାଇଥିବା ଅରାଜକ ତତ୍ତ୍ୱଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କୁ ପରାସ୍ତ କରି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ବିଜୟକୁ ଜାଇର୍ ବୋଲ୍ସୋନାରୋଙ୍କ ସମର୍ଥକମାନେ ହଜମ କରିନପାରି ନଥିଲେ।

Leave A Reply

Your email address will not be published.