‘ଓଡ଼ିଶାରେ ମିଶି ଭୁଲ ହୋଇଗଲା’ ବିଜେପି ବିଧାୟକଙ୍କ ବୟାନକୁ ନେଇ ତେଜିଲା ରାଜନୀତି: ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲା ବିଜେଡି

0

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ‘ଓଡ଼ିଶା ଗଠନ ସମୟରେ କୋଶଳ ପ୍ରଦେଶ ସେଥିରେ ମିଶିବା ଏକ ଐତିହାସିକ ଭୁଲ’ ବୟାନକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟ ବିରୋଧୀ ଦଳ ବିଜେଡି ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବଲପୁର ବିଧାୟକଙ୍କ ବୟାନ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି।

ସେ ତାଙ୍କ ସୋସିଆଲ ମିଡିଆରେ ହ୍ୟାଣ୍ଡେଲରେ ଲେଖିଛନ୍ତି ମାନ୍ୟବର ସମ୍ବଲପୁର ବିଧାୟକଙ୍କ ବୟାନ, ‘ଓଡ଼ିଶାରେ ମିଶିବା ଆମର ଗୋଟିଏ ଐତିହାସିକ ଭୁଲ ଥିଲା’ କୁ ନେଇ ଭାରତୀୟ ଜନତା ପାର୍ଟିର ଆଭିମୁଖ୍ଯ କ’ଣ? ଏହି ବୟାନ ଜଣେ କ୍ଯାବିନେଟ ମନ୍ତ୍ରୀଙ୍କ ଉପସ୍ଥିତିରେ କହିବା ଏବଂ ମାନ୍ୟବର ମନ୍ତ୍ରୀ ଚୁପ ରହିବା ଏହି ମନ୍ତବ୍ୟ ପ୍ରତି ସମର୍ଥନ ନୁହେଁ କି? ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଭାରତୀୟ ଜନତା ପାର୍ଟି ଏବଂ ନୂତନ ସରକାରର ଅସଲ ମୁଖା ସମ୍ବଲପୁର ବିଧାୟକ ଖୋଲିଦେଇଛନ୍ତି। ଏପରି ମାନସିକତାକୁ ସରକାରଙ୍କ ନୀରବତା ପ୍ରଚ୍ଛନ୍ନ ସମର୍ଥନ ରହିବା ପରି ମନେହୁଏ। ଏହା କ’ଣ ଭାରତୀୟ ଜନତା ପାର୍ଟିର ଓଡ଼ିଆ ଅସ୍ମିତା? ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବୟାନ ଉପରେ ନିଜର ଆଭିମୁଖ୍ଯ ସ୍ପଷ୍ଟ କରିବା ଆବଶ୍ୟକ।

Leave A Reply

Your email address will not be published.