ପୁଣି ବଜରଙ୍ଗ ଦଳକୁ ନେଇ ଆରମ୍ଭ ହେଲା ରାଜନୀତି

0

ନୂଆଦିଲ୍ଲୀ (ଆମ ଟିଭି): ବଜରଙ୍ଗ ଦଳକୁ ନେଇ ରାଜନୀତି ପୁଣି ଜୋରନାର ହୋଇଛି । ମୁସଲମାନମାନଙ୍କର ସବୁଠାରୁ ବଡ଼ ଧାର୍ମିକ ସଂଗଠନ ଜମିୟତ ଉଲେମା-ଏ-ହିନ୍ଦର ମୁଖ୍ୟ ମୌଲାନା ଅରଶଦ ମଦନି ବଜରଙ୍ଗ ଦଳ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଏନଡିଟିଭିକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମୌଲାନା ଅରଶଦ ମଦନି କହିଛନ୍ତି ଯେ କର୍ଣ୍ଣାଟକରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା। ଏହାପରେ କଂଗ୍ରେସକୁ ମୁସଲମାନଙ୍କ ସମର୍ଥନ ମିଳିଥିଲା। ଏଭଳି ସ୍ଥିତିରେ କଂଗ୍ରେସକୁ ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ, ନଚେତ୍ ଆଗାମୀ ନିର୍ବାଚନରେ ମୁସଲମାନମାନେ କଂଗ୍ରେସ ଉପରେ ବିଶ୍ୱାସ କରିବେ ନାହିଁ ।

ମୌଲାନା କହିଛନ୍ତି, କର୍ଣ୍ଣାଟକରେ ବଜରଙ୍ଗ ଦଳକୁ କଂଗ୍ରେସ ନିଷିଦ୍ଧ କରିବା ଉଚିତ। କର୍ଣ୍ଣାଟକରେ ମୁସଲମାନମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଯଦି ବଜରଙ୍ଗ ଦଳ କୁ ନିଷିଦ୍ଧ କରା ନଯାଏ ତେବେ ମୁସଲମାନମାନେ କଂଗ୍ରେସ ଉପରେ ବିଶ୍ୱାସ କରିବେ ନାହିଁ । ଏହି ପ୍ରସଙ୍ଗରେ ମୁଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି। କଂଗ୍ରେସକୁ ପୁଣି ଥରେ ନେହେରୁଙ୍କ ଦଳ ହେବାକୁ ପଡ଼ିବ।

 

Leave A Reply

Your email address will not be published.