ରାଜନୀତିକୁ ଆସିବେ କଙ୍ଗନା,କହିଲେ ଏମିତି

0

ନୂଆଦିଲ୍ଲୀ: ରାଜନୀତିରେ ପାଦ ଥାପିବେ ବିବାଦୀୟ କୁଇନ୍‌। ନେତ୍ରୀ ହେବେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌। ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ଲୋକେ ଚାହାନ୍ତି ସେ ନିର୍ବାଚନ ଲଢ଼ିବାକୁ ରାଜି ଅଛନ୍ତି ବୋଲି କଙ୍ଗନା କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରଦେଇ ସେ ଏହା କହିଛନ୍ତି।

ବିଜେପି ଟିକେଟରେ ସେ ଲଢ଼ିବା ପାଇଁ ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି। ମୁଁ ରାଜନୀତିରେ ପ୍ରବେଶ ଲାଗି ଭାରି ଉତ୍ସାହିତ ବୋଲି ସେ କହିଛନ୍ତି। ରାଜନୀତି ମାଧ୍ୟମରେ ଲୋକଙ୍କ ସେବା ପାଇଁ କରିବାକୁ ଇଚ୍ଛା ଅଛିକି ପ୍ରଶ୍ନ ହୋଇଥିଲା। । ଉତ୍ତରେ ସେ ସବୁ ପ୍ରକାର ଫ୍ଲାଟଫର୍ମକୁ ଓହ୍ଲେଇବାକୁ ଇଚ୍ଛା ବୋଲି ସେ କହିଛନ୍ତି। କଙ୍ଗନା କହିଛନ୍ତି ଯେ, ଯେଉଁଭଳି ସରକାର ଚାଲିଛି, ଯଦି ସରକାର ମୋର ଭାଗିଦାରୀ ଚାହାନ୍ତି ତେବେ ମୁଁ ମଧ୍ୟ ରାଜି ଅଛି। ଯଦି ହିମାଚଳ ପ୍ରଦେଶରୁ ଲୋକଙ୍କ ସେବା ପାଇଁ ମୌକା ମିଳେ ତେବେ ଏହା ମୋ ପାଇଁ ସୌଭାଗ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ପ୍ରଶ୍ନ ହେବାରୁ, ମୋଦି ଜଣେ ମହାପୁରୁଷ ବୋଲି କଙ୍ଗନା କହିଛନ୍ତି ।

Leave A Reply

Your email address will not be published.