ନୂଆଦିଲ୍ଲୀ (ଆମ ଟିଭି); ଦିନକୁ ଦିନ ବଢିବାରେ ଲାଗିଛି ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ଅଡୁଆ । ବିବାଦରେ ଫସିବା ପରେ ଏବେ ୟୁପିଏସସି ଏବେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି । ଏଥିସହ ସିଭିଲ୍ ସର୍ଭିସ୍ ପରୀକ୍ଷାରୁ ତାଙ୍କୁ କାହିଁକି ରଦ୍ଦ କରାଯିବନି ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଆଇଏଏସ୍ ଅଧିକାରୀ ପୂଜାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି । ଜାଲ କାଗଜପତ୍ର, ଧୋକା, ଆଇଟି ଆକ୍ଟ ଏବଂ ଦିବ୍ୟାଙ୍ଗତା ଅଧିନିୟମ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେଇଛି ।