ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର ; ସୋସିଆଲ ମିଡିଆରେ ପୋଷ୍ଟ କଲେ ଦୁଃଖଦ ଖବର

0

ନୂଆଦିଲ୍ଲୀ (ଆମ ଟିଭି): ଟେଲିଭିଜନ ତାରକା ହିନା ଖାନ ଶୁକ୍ରବାର ଦିନ ତାଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ପ୍ରକାଶ କରିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏହାର ଚିକିତ୍ସା କରାଯାଉଛି ବୋଲି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ, ହିନା ଖାନ (୩୬) ଏକ ଲମ୍ବା ନୋଟ୍ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଏହି ରୋଗକୁ ଦୂର କରିବା ପାଇଁ ସଂକଳ୍ପବଦ୍ଧ ଏବଂ ପ୍ରକୃତରେ ପ୍ରତିବଦ୍ଧ।

ହିନା ନିଜ ଇନଷ୍ଟାରେ ଲେଖିଛନ୍ତି, “ସମସ୍ତଙ୍କୁ ନମସ୍କାର, ସାମ୍ପ୍ରତିକ ଗୁଜବକୁ ଦୂର କରିବା ପାଇଁ ମୁଁ ସମସ୍ତ ହିନାହୋଲିକ୍ସ ଏବଂ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଖବର ବାଣ୍ଟିବାକୁ ଚାହେଁ। ମୋତେ ପ୍ରଥମ ତୃତୀୟ ପର୍ୟ୍ୟାୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ। ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ମୁଁ ଭଲ ଅଛି, ମୁଁ ଦୃଢ଼ ସଂକଳ୍ପବଦ୍ଧ ଏବଂ ଏହି ରୋଗକୁ ଦୂର କରିବା ପାଇଁ ପ୍ରକୃତରେ ପ୍ରତିବଦ୍ଧ ଅଟେ।’’

Leave A Reply

Your email address will not be published.