ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ଅକ୍ଟୋବର ୬ ରେ ମୁକ୍ତିଲାଭ*

0

ଭୁବନେଶ୍ୱର :ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର “ମାଇଣ୍ଡ ଗେମ୍” ମୁକ୍ତିଲାଭ କରିବା ନେଇ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ତାରିଖ ଘୋଷଣା ହୋଇଯାଇଛି l ଏହି ଅବସରରେ ସିନେ ପ୍ରଯୋଜକ ଶ୍ରୀଧର ମାର୍ଥା, ଅଭିନେତା ମନୋଜ ମିଶ୍ର, ସିନେ ପ୍ରଣୟ ଜେଠୀ, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରୋମୋସ୍ନାଲ ପାର୍ଟନର ପ୍ରଭୁଚରଣ ମହାନ୍ତି

ପ୍ରମୁଖ ଅତିଥି ମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ରେ ଘଟିଥିବା ଏକ ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ହୋଇନାହିଁ l ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରଯୋଜକ ଶ୍ରୀଧର ମାର୍ଥା ଦୀର୍ଘ ପାଞ୍ଚ ବର୍ଷ ପୂର୍ବରୁ ପ୍ରୟାସ କରି ଚଳଚ୍ଚିତ୍ର ଟିଏ ନିର୍ମାଣ କରିଥିଲେ l ମାଇଣ୍ଡ ଗେମ୍ ଚଳଚ୍ଚିତ୍ର ର ମୁଖ୍ୟ ଚରିତ୍ରରେ ଓଡ଼ିଆ ପୁଅ ମନୋଜ ମିଶ୍ର ଅଭିନୟ କରିଛନ୍ତି ଯିଏ କି, ଉଭୟ ବଲିଉଡ, ଟଲିଉଡ ର ଜଣେ ସୁପରିଚିତ ଅଭିନେତା l ଚଳଚ୍ଚିତ୍ର ମାଇଣ୍ଡଗେମ୍ ବ୍ୟୟ ବହୁଳ, ତା ସହିତ ସେଥିରେ ଟଲିଉଡ ତଥା ବଲିଉଡ ର ଆଗଧାଡି ର ୩ ଜଣ ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣି ଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର ଅପସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି ଏବଂ ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଜଣେ ଆଗଧାଡିର ଜଣା ଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର ନିର୍ଦ୍ଦେଶନା ଦେଇଛନ୍ତି l କିଛି ମାସ ତଳେ ମାଇଣ୍ଡ ଗେମ୍ ର ଟ୍ରେଲର ଦର୍ଶକ ଦେଖିବାକୁ ପାଇଥିଲେ ଯାହା କି ଦର୍ଶକ ଙ୍କ ମନକୁ ବେଶ ଛୁଇଁ ପାରିଛି ତେଣୁ ରିଲିଜ୍ କୁ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି ଦର୍ଶକ l ବର୍ଷ ପରେ ବର୍ଷ ଗାଡିଚାଲିଥିବା ସତ୍ୱେ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ରିଲିଜ୍ ହେଉନଥିବାରୁ ଦର୍ଶକ ଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା l ତେବେ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ପ୍ରେକ୍ଷାଳୟ କୁ ଖୁବ୍ ଶୀଘ୍ର ଆସିବ ଏବଂ ଦର୍ଶକ ଓଡ଼ିଶା ମାଟିର ଏକ ଚାଞ୍ଚଲ୍ୟ କର ଘଟଣା କୁ ଦେଖି ସଚେତନବାର୍ତ୍ତା ଟିଏ ପାଇବେ ନିଶ୍ଚୟ l ଦର୍ଶକ ବେଶ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ର ମୁକ୍ତିଲାଭ ଦିନକୁ l ମାଇଣ୍ଡ ଗେମ୍ ଏକ ପ୍ରକାର ସଫଳତା ପାଇବ ଏଥିରେ ସନ୍ଦେହ ନାହିଁ ବୋଲି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା ଆଶା ରଖିଛନ୍ତି l

Leave A Reply

Your email address will not be published.