ନୂଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ର ପୋଷ୍ଟ ପ୍ରଡ଼କସନ କାମ ଶେଷ, ଜାନୁଆରୀରେ ଶୁଭମୁକ୍ତି

0

ଭୁବନେଶ୍ୱର (ଆମ ଟିଭି): ଲକ୍ଷେଶ୍ଵର ପ୍ରଡ଼କସନ ବ୍ୟାନରରେପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ର ପୋଷ୍ଟ ପ୍ରଡ଼କସନ ଶେଷ ଜାନୁଆରୀ ରେ ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି l ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି l ଚକ୍ରାନ୍ତ ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ବହୁ ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ । କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର କୁମାର ବରାଳ । ଗୀତ ଡଃ ନିର୍ମଳ ନାୟକ ଏବଂ ଡଃ ରଘୁନାଥ ସାହୁ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l ଚିତ୍ରତ୍ତୋଳନ ଦାୟିତ୍ଵରେ ସୁଦର୍ଶନ ସେନାପତି ଅଛନ୍ତି l କବିର ପ୍ରସାଦ୍ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ସମ୍ପାଦନା କରିଛନ୍ତି ଆଗଧାଡିର ଏଡିଟର୍ ରାଜେଶ୍ ଦାସ୍ | ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), ନାୟିକା ଭୂମିକା ଦାଶ, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ ରାଉତ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ, ପୁଣ୍ୟତୋୟା ମିଶ୍ର କ୍ରିଷ୍ଣାରାଣୀ ଦାଶ ଏବଂ ଅତିଥି କଳାକାର ଭାବେ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ କଳାକାର ଚକ୍ରାନ୍ତରେ ଅଭିନୟ କରୁଛନ୍ତି ।

ଚକ୍ରାନ୍ତର କାହାଣୀ ଏପରି ; ଯୋଉ ପୁଅଝିଅ ମାନେ ପାଠ ପଢିବା ପାଇଁ କିମ୍ବା ଚାକିରି କରି, ନିଜ ପରିବାରଠୁ ଯଥେଷ୍ଟ ଦୂର ସହରରେ ରହୁଛନ୍ତି, ସେମାନେ କେମିତି ନିଜ ଜୀବନର ଲକ୍ଷ୍ୟକୁ ଭୁଲି, କୁସଙ୍ଗରେ ପଢି ଭୁଲ୍ ରାସ୍ତାକୁ ଚାଲି ଯାଉଛନ୍ତି । ଆଉ ବେଳେ ବେଳେ ପୁଅ ବା ଝିଅଟି ନିଜେ ନିର୍ଦୋଷ ହେଇକି ବି ଅଚାନକ୍ ତା’ ସାଙ୍ଗ ସାଥୀଙ୍କ ଦୋଷରେ ଅପରାଧର ଜାଲରେ ଛନ୍ଦି ହେଇଯାଉଛି । ଘର ଲୋକ ଭାବୁଛନ୍ତି ଝିଅ ଆମର ହଷ୍ଟେଲ୍ ରେ ରହି ପାଠ ପଢୁଚି, କିନ୍ତୁ ଏପଟେ ଝିଅଟି ପ୍ରେମ ପାଇଁ ଆତ୍ମହତ୍ୟା କରି ଦେଉଛି । ଗୋଟେ ଝିଅର ବାପା ଟେ ନିଜ ଝିଅକୁ ଏଇ ପୁରୁଷ ପ୍ରଧାନ ସମାଜରେ, ବଡ ମଣିଷ କରି ଛିଡା କରେଇବା ପାଇଁ କେତେ ତ୍ୟାଗ ସହିଥାଏ, କେତେ ସ୍ବପ୍ନ ଦେଖୁଥାଏ, କିନ୍ତୁ ଝିଅଟି ଯେତେବେଳେ ସହରକୁ ଆସି, ପାର୍ଟି, ପବ୍ କୁ ଯାଇ ବଦଳି ଯାଏ, ଭୁଲ୍ ରାସ୍ତାକୁ ଚାଲିଯାଏ, ସେତେବେଳେ ସେ ଝିଅର ବାପା ମା’ ଙ୍କ ମନର ଅବସ୍ଥା କଣ ହୁଏ !

ଅନ୍ୟ ପଟେ, ପୁଅଟେ ର ବାପା ଟେ, ନିଜ ପୁଅକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରୁଥିଲା ବେଳେ, ପୁଅଟି କେମିତି ଚକ୍ରାନ୍ତରେ ଫସିଯାଉଚି । ଏଇ ଭଳି ଗୋଟେ ସମ୍ବେଦନଶୀଳ ବିଶୟ ବସ୍ତୁକୁ ନେଇ ଆସନ୍ତା ଜାନୁଆରୀ ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଚକ୍ରାନ୍ତ l ରହସ୍ୟ ଓ ରୋମାନ୍ସରେ ଭରା ଏଇ ଫିଲ୍ମ ଟି ହଉଚି ଗୋଟିଏ ସମ୍ପୂର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ୟାକେଜ୍, ଯୋଉଥିରେ ଭରପୁର କମେଡି ମଧ୍ୟ ଅଛି । ଫ୍ୟାମିଲି ଡ୍ରାମା ସହ, ଲଭ୍ ରୋମାନ୍ସ ଥିବା ବେଳେ, ଆମ ଓଡିଶାର ଦୋଳ ପର୍ବ ଅତି ଜାକଜମକରେ ଦେଖିବାକୁ ମିଳିବ । ଏହି ଫିଲ୍ମ ରେ, ଗାଁ ପରିବେଶ ତଥା ଆମ ମାଟିର ବାସ୍ନା ଅନୁଭବ କରି ହେବ । ସମାଜକୁ ସଚେତନତା ବାର୍ତ୍ତା ଦେଉଥ‌ିବା ଏଇ ଫିଲ୍ମ କୁ, ପରିବାରର ସମସ୍ତେ ଏକାଠି ବସି ଦେଖି ପାରିବେ । ଯୋଉ ବାପା ମାଆଙ୍କ ପିଲାମାନେ ଦୂରରେ ରହୁଛନ୍ତି, ସେମାନେ ନିଜ ପିଲାଙ୍କୁ ଏଇ ଶିକ୍ଷଣୀୟ ଫିଲ୍ମ ଟି ଦେଖିବାକୁ ନିହାତି କହିବେ ବୋଲି ପ୍ରଯୋଜକ ମତବ୍ୟକ୍ତ ଦେଇଛନ୍ତି । ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ଵରେ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ ପ୍ରଣୟ ଜେଠୀ ରହିଛନ୍ତି ।

Leave A Reply

Your email address will not be published.