ଗୃହ ୪ଟା ଯାଏଁ ମୁଲତବି କରିବା ଦୁର୍ଭାଗ୍ୟଜନକ: ନରସିଂହ ମିଶ୍ର

0

ଭୁବନେଶ୍ୱର(ଆମ ଟିଭି): ଗୃହରେ ଆଜି ଦେଖିବାକୁ ମିଳିଥିଲା ମାଟ୍ରିକ୍ ପରୀକ୍ଷା ତାତି । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ଗୃହରେ ହୋହାଲ୍ଲା ହେବା ପରେ ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି । ତେବେ ଗୃହରେ ପ୍ରତିବାଦ ହେଲା ଓ ଗୃହ ୪ଟା ଯାଏଁ ମୁଲତବି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଶୂନ୍ୟକାଳରେ ବିରୋଧୀ କୁହନ୍ତୁ ବୋଲି ସରକାର ଚାହୁଁନାହାନ୍ତି ବିଗତ ଦିନର ଅଭିଜ୍ଞତା ଅଛି ସେଥିପାଇଁ ବିରୋଧୀ ଚାହୁଁନାହାନ୍ତି ବୋଲି ନରସିଂହ କହିଛନ୍ତି । ବିରୋଧୀ ଆଲୋଚନା ଚାହୁଁଥିବା ବେଳେ ମନ୍ତ୍ରୀଙ୍କ ପାଖରେ କୌଣସି ଉତର ନାହିଁ, ତେବେ ନିୟମ ଅନୁସାରେ ଲେଖା କାଗଜ ପଢିବା ମନା କିନ୍ତୁ ବାଚସ୍ପତି ଶୁଣୁନାହାନ୍ତି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

 

Leave A Reply

Your email address will not be published.