ବଜାରରେ ଆଳୁ ଦର ଆକାଶ ଛୁଆଁ; ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ

0

ଭୁବନେଶ୍ୱର(ଆମ ଟିଭି): ବଜାରରେ ଆଳୁ ଦର ଆକାଶ ଛୁଆଁ। ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲଗାମ ଲାଗୁନି। କେବେ ସ୍ବାଭାବିକ ହେବ ସ୍ଥିତି ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି। ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଭୁବନେଶ୍ବର ବଜାରରୁ ଏକପ୍ରକାର ଆଳୁ ଉଭାନ ହେଲାଣି। ହାତଗଣତି କିଛି ଦୋକାନରେ ଆଳୁ ବିକ୍ରି ହେଉଛି। ପରିବା ବୋଝେଇ ଟ୍ରକରେ ଆସୁଛି ଆଳୁ।

ଉତ୍ତରପ୍ରଦେଶ ଆଳୁର ଗ୍ରହଣୀୟତା ନାହିଁ କି ବେଶୀ ଦିନ ରହିପାରୁନି। ତେଣୁ ଆଳୁ ସେଠୁ ଆଣିବାକୁ ପସନ୍ଦ କରୁନାହାନ୍ତି ଗୋଦାମ ମାଲିକ। ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ ଆଳୁ ବଜାରରୁ ଉଭାନ ହେବାରେ ଲାଗିଛି। ପ୍ରତ୍ୟେକ ଦିନ ୫ ହଜାର ଟନ ଆଳୁର ଆବଶ୍ୟକତା ପଡୁଥିବା ବେଳେ ଏବେ ଯଥେଷ୍ଠ ଆଳୁ ଗୋଦାମରେ ମହଜୁଦ ନାହିଁ। ଗତକାଲି ମାତ୍ର ୪୦ଟି ଆଳୁ ଗାଡି ଓଡିଶାକୁ ଆସିଛି। ଭୁବନେଶ୍ବରକୁ ୫ଟି ଆଳୁ ଗାଡ଼ି ଆସିଛି ।

Leave A Reply

Your email address will not be published.