କାହିଁକି ମୋ ଭିଡିଓ କଟା ଗଲା,, ମଲ୍ଲିକା ଅର୍ଜୁନ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମୋ ବକ୍ତବ୍ୟରୁ କିଛି ଅଂଶ ପାର୍ଲାମେଣ୍ଟ୍‌ ରେକର୍ଡରୁ କାହିଁକି କାଟି ଦିଆଗଲା ବୋଲି ଆଜି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ପଚାରିଛନ୍ତି।

ଆଜି ରାଜ୍ୟସଭାରେ ସେ କହିଛନ୍ତି, ମୋ ବକ୍ତବ୍ୟରେ କୌଣସି କଟୂକ୍ତି କିଂବା କାହା ବିରୋଧରେ କିଛି କହିଥିବା ପରି ମୋର ମନେହେଉନାହିଁ। କିନ୍ତୁ, ସେଥିରେ କେତେକ ଶବ୍ଦ ବୁଝି ହେଉ ନାହିଁ। ଯଦି ଆପଣଙ୍କର କିଛି ସନ୍ଦେହ ଥିଲା, ଅନ୍ୟ ଉପାୟରେ ପଚାରି ପାରି ଥାଆନ୍ତେ। ତା’ ନ କରି ଆପଣ ମୋ ବକ୍ତବ୍ୟର ୬ଟି ସ୍ଥାନରୁ ଶବ୍ଦ ଉଠାଇ ଦେବାକୁ କହିଛନ୍ତି।

ବାଜପେୟୀ ସାହେବ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ ଏବଂ ସେ ଶବ୍ଦ ଏ ପର୍ଯ୍ୟନ୍ତ ପାର୍ଲାମେଣ୍ଟ୍‌ ରେକର୍ଡରେ ରହିଛି।

ଅଧ୍ୟକ୍ଷ ହେଉଛନ୍ତି ବିରୋଧୀ ନେତାଙ୍କ ସର୍ବୋତ୍ତମ ତତ୍ତ୍ବାବଧାରକ ବୋଲି କହି ଧନଖଡ଼ କଂଗ୍ରେସ ମୁଖ୍ୟ ଖଡ଼ଗେଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ।

ସୂଚନାଯୋଗ୍ୟ, କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ଗତକାଲିର ଭାଷଣରୁ ମଧ୍ୟ କେତେକ ଶବ୍ଦ ବାଦ ଦିଆଯାଇ ରେକର୍ଡ କରାଯାଇଛି। ଅର୍ଥାତ୍‌ ସେଗୁଡ଼ିକୁ ଆଉ କୌଣସି ପ୍ରକାରରେ ଗଣମାଧ୍ୟମରେ ପ୍ରକାଶ କରାଯାଇ ପାରିବ ନାହିଁ। ଏଥିପାଇଁ ବିରୋଧୀ ନେତାମାନେ ସଂସଦରେ ବିବାଦ କରି ଅଭିଯୋଗ କରିଥିଲେ ଯେ, ସରକାର ସଂସଦରେ ବିରୋଧୀ ନେତାଙ୍କ ଟିପ୍ପଣୀ ଉପରେ ‘ସେନ୍‌ସର୍‌’ ଜାରି କରୁଛନ୍ତି।

Leave A Reply

Your email address will not be published.