କାଙ୍ଗାଳ ହେଉଛି ପାକିସ୍ତାନ: ଗ୍ୟାସ ସିଲିଣ୍ଡରର ଦାମ୍ ୧୦ ହଜାର ଟଙ୍କା
ଇସଲାମାବାଦ (ଆମ ଟିଭି): ଦିନକୁ ଦିନ କାଙ୍ଗାଳ ହେଉଛି ପାକିସ୍ତାନ । ଖାଇବା ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଲୋକଙ୍କ ପାଇଁ ରୁଟି ଏବଂ ଚିକେନ୍ ଏକପ୍ରକାର ସ୍ୱପ୍ନ ହୋଇଯାଇଛି । ପାକିସ୍ତାନରେ ବର୍ତ୍ତମାନ ଯେଉଁଭଳି ଭାବେ ଦରଦାମ ଉପରମୁହାଁ ହୋଇଛି ତାହା ଶୁଣିଲେ ଯେକେହି ବି ଆଶ୍ଚର୍ୟ୍ୟ ହୋଇଯିବେ । ରାବଲପିଣ୍ଡିରେ ଅଟା କିଲୋ ୧୫୦ଟଙ୍କାରେ ବିକ୍ରି ହେଉଛି । ଏବଂ ୧୫କିଲୋ ଅଟା ପ୍ୟାକେଟ୍ ୨୨୫୦ ଟଙ୍କାରେ ବିକ୍ରି ହେଉଛି । ଲାହେରରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଲାହୋରରେ ଅଟା କିଲୋ ୧୪୫ଟାଙ୍କା ରହିଛି । ଅନ୍ୟ ସାମଗ୍ରୀ ଉପରେ ଯଦି ନଜର ପକାଇବା ତେବେ ଦୋକାନରେ ମହଜୁଦ ଥିବା ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେଲାଣି । ଏକ ଲିଟର ସୋରିଷ ତେଲର ମୂଲ୍ୟ ୫୩୩ଟଙ୍କା ହୋଇଥିବା ବେଳେ କ୍ଷୀର ୧୫୦ଟଙ୍କା ପ୍ରତି ଲିଟର ଏବଂ ଚାଉଳ ୧୪୭ଟଙ୍କା କେଜି ହିସାବରେ ବିକ୍ରି ହେଉଛି ।
ପାକିସ୍ତାନରେ ଚିକେନ୍ କିଲୋ ୩୮୪ରୁ ନେଇ ଭିନ୍ନ ଭିନ୍ନ ସହରରେ ୬୫୦ଟଙ୍କା ପର୍ୟ୍ୟନ୍ତ ବିକ୍ରି ହେଉଛି । ପୂର୍ବରୁ ୩୭ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି କିଲୋ ପିଛା ୨୨୦ଟଙ୍କାରେ ବିକ୍ରି ହେଉଛି । ପେଟ୍ରୋଲ ଡିଜେଲ କଥା ଯଦି କହିବା ତାହେଲେ ୨୦୨୨ ତୁଳନାରେ ପେଟ୍ରୋଲର ଓ ଡିଜେଲର ଦାମ୍ ୬୧ ପ୍ରତିଶତ ବୃଦ୍ଧି ପାଇଛି । କେବଳ ପେଟ୍ରୋଲ ଡିଜେଲ ନୁହେଁ ଏଲପିଜି ଦାମ୍ ମଧ୍ୟ ବଢିଯାଇଛି ସିଲିଣ୍ଡରର ଦାମ୍ ୧୦.୦୦୦ ଟଙ୍କାରେ ପହଞ୍ଚି ଯାଇଛି
ପାକିସ୍ତାନର ସରକାରୀ ପାଣ୍ଠି ଧିରେ ଧିରେ ଖାଲି ହେବାରେ ଲାଗିଛି ।