ଭୁବନେଶ୍ୱର (ଆମ ଟିଭି): ଆଜି ଓଡ଼ିଶାକୁ ମିଳିବ ନୂଆ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ କୁମାର ଜେନା । ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ସୁରେଶ ଚନ୍ଦ୍ର ମହାପାତ୍ର ଅବସର ନେଇଥିଲେ । ଆଜି ତାଙ୍କ ସ୍ଥାନରେ ପ୍ରଶାସନିକ ମୁଖ୍ୟ ଭାବେ କାର୍ୟ୍ୟଭାର ଗ୍ରହଣ କରିବେ ୧୯୮୯ ବ୍ୟାଚ ଆଇଏଏସ ଅଫିସର ପ୍ରଦୀପ ଜେନା । ଗତକାଲି ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ନୂଆ ମୁଖ୍ୟ ଶାସନ ସଚିବ ଉଭୟ ପ୍ରଦୀପ ଜେନା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।
ଉନ୍ନୟନ କମିଶନର ଅନୁଗର୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଫାଇବ ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ପ୍ରଦୀପ ଜେନା ମୁଖ୍ୟ ଶାସନ ଥିବା ସମୟରେ ଅନୁଷ୍ଠିତ ହେବ ୨୦୨୪ ସାଧାରଣ ନିର୍ବାଚନ । ଠିକ୍ ଏଭଳି ଏକ ସମୟରେ ତାଙ୍କ ଉପରେ ଆସ୍ଥା ରଖିଛନ୍ତି ରାଜ୍ୟ ସରକାର ।