ଭୁବନେଶ୍ୱର : ଧାମନଗର ପରେ ଏବେ ପଦ୍ମପୁର ଉପନିର୍ବାଚନ ନେଇ ରାଜନୀତି ସରଗରମ । ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ବିଜେପି ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଦୀପ ୧୪ ତାରିଖରେ ନାମାଙ୍କନ ଭରିବେ ବୋଲି ସେ କହିଛନ୍ତି। ହେଲେ ଏନେଇ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ତେବେ ଶାସକ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବ ସୂଚନା ମିଳି ନାହିଁ।
ଗତକାଲି ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନଭେମ୍ବର ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବ। ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।