ବିଜେଡିକୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ- ଦମ୍‌ ଅଛି ତ ଏକା ଲଢ଼

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଗତକାଲି ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି ପକ୍ଷରୁ ଗତକାଲି ସକାଳେ ଓ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଦୁଇଥର ମେଣ୍ଟ ସମ୍ଭାବନାକୁ ଖାରଜ କରାଯାଇଥିଲେ ମଧ୍ୟ ବିଜେଡି ଅସ୍ୱାଭାବିକ ନିରବତା ଅବଲମ୍ବନ କରିଛି । ଏହାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ।

ବିଜେଡିକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମେଣ୍ଟ ଆଲୋଚନା ହୋଇନି ବୋଲି କାଲି ଆମ ସଭାପତି କହିସାରିଛନ୍ତି । ୧୧୨ ସିଟ୍‌ ଜିତିଥିବା ବିଜେଡି କିନ୍ତୁ ମେଣ୍ଟ ହେବନି ବୋଲି ସିଧା କହୁନି । ଦମ୍‌ ଅଛି ତ ଏକା ଲଢ଼ିବ ବୋଲି କୁହ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଦୀପ ।

ଏନେଇ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ଗୁଜବର ହାତ ନାହିଁ କି ଗୋଡ଼ ନାହିଁ । ମେଣ୍ଟ ହେବନି ବୋଲି ରାଜ୍ୟ ବିଜେପି ସଭାପତି ସ୍ପଷ୍ଟ କରି ସାରିଛନ୍ତି। ବିଜେପି ଏକାକୀ ଲଢ଼ିବ, ସରକାର ଗଢ଼ିବ, ବହୁ ସାଂସଦଙ୍କୁ ଦିଲ୍ଲୀ ପଠାଇବ ବୋଲି ଆମର ଦୃଢ ବିଶ୍ୱାସ ରହିଛି।

Leave A Reply

Your email address will not be published.