ପ୍ରକୃତି ବାବୁର ପ୍ରକୃତ ବନ୍ଧୁ ନୁହନ୍ତି, ବନ୍ଧୁତାର ଡେଫିନେସନ ବୁଝାଇଲେ ଅପରାଜିତା
ଭୁବନେଶ୍ୱର (ଆମ ଟିଭି):ପ୍ରକୃତି ବାବୁର ପ୍ରକୃତ ବନ୍ଧୁ ନୁହନ୍ତି ଏକଥା ଆଜି ଗଣମାଧ୍ୟମରେ କହିଛନ୍ତି ବରିଷ୍ଠ ଅଭିନେତ୍ରୀ ତଥା ବାବୁଶାନଙ୍କ ମା ଅପରାଜିତା ମହାନ୍ତି। ଏହାସହ ଅପରାଜିତା ଆଜି ବନ୍ଧୁତାର ଡେଫିନେସନ ବୁଝାଇଛନ୍ତି। ଶନିବାର ଭିଡିଓ ଭାଇରାଲ ହେବା ପରେ ଅଭିନେତା ବାବୁଶାନ ମହାନ୍ତି କହିଥିଲେ ଯେ ଅଭିନେତ୍ରୀ ପ୍ରକୃତି ମିଶ୍ର ହେଉଛନ୍ତି ପିଲା ବେଳୁ ତାଙ୍କର ଭଲ ସାଙ୍ଗ। ତାଙ୍କ ସହିତ କଥାବାର୍ତ୍ତା ହେବାରେ କେଉଁଠି ଅସୁବିଧା ରହିଲା ସେ ବୁଝି ପାରୁ ନାହାନ୍ତି। ସେମିତି ପ୍ରକୃତିଙ୍କ ବାପା କହିଥିଲେ ଯେ ସେମାନେ କେବଳ ଭଲ ବନ୍ଧୁ। ଝିଅ ପ୍ରକୃତି ତାଙ୍କୁ ଏକଥା କହିଥିବା ସେ କହିଥିଲେ। କିନ୍ତୁ ବାବୁଶାନଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଥିଲେ ଯେ ସେମାନେ (ବାବୁଶାନ୍ ଓ ପ୍ରକୃତି) ଗୁଡ୍ ଫ୍ରେଣ୍ଡ୍ ବୋଲି ଯାହା କହୁଛନ୍ତି, ତାହା ମିଛ। ସେ ସେମାନଙ୍କୁ ୪ ଥର ରେଡ୍ ହେଣ୍ଡେଡ୍ ଧରିଛନ୍ତି।
ବାବୁଶାନଙ୍କ ବାପା ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି କହିଥିଲେ ଯେ ପ୍ରକୃତି ସହିତ ତାଙ୍କ ପୁଅର ସଂପର୍କକୁ ନେଇ ତୃପ୍ତିଙ୍କ ପାଖରେ କିଛି ପ୍ରମାଣ ଥାଇପାରେ, ଯେଉଁଥିପାଇଁ ସେ ପ୍ରତିକ୍ରିୟାଶୀଳ ହେଲେ। ବାବୁଶାନ ଓ ପ୍ରକୃତିଙ୍କ ସଂପର୍କକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ପ୍ରକୃତିଙ୍କ ନାଁ ନନେଇ ବାବୁଶାନଙ୍କ ମା’ ତଥା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରକୃତ ବନ୍ଧୁର ସଂଜ୍ଞା କହିଛନ୍ତି। ବୋଧହୁଏ ଏହା ମାଧ୍ୟମରେ ସେ ପୁଅ ବାବୁଶାନଙ୍କୁ ବୁଝାଇବାକୁ ଚାହିଁଛନ୍ତି ଯେ ପ୍ରକୃତି କେବେ ବି ତାଙ୍କର ପ୍ରକୃତ ବନ୍ଧୁ ନୁହନ୍ତି।ଅପରାଜିତା କହିଛନ୍ତି, ସିଏ ହେଉଛି ପ୍ରକୃତ ବନ୍ଧୁ, ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଜିନିଷରେ ସାହାଯ୍ୟ କରେ। କେବେ ବି କ୍ଷତି ହେବାକୁ ଦିଏନା। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେବ, ତା’ହେଲେ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ। ଅପରାଜିତା ବୋଧହୁଏ ସେହି କ୍ଷତି କଥା ଉଠାଇଛନ୍ତି, ଯାହା ଶନିବାର ଭାଇରାଲ ଭିଡିଓରେ ରାସ୍ତା ଉପରେ ପ୍ରକୃତିଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ତାଙ୍କ ବୋହୂ ତୃପ୍ତି କହିଥିଲେ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଛନ୍ତି ବୋଲି ଏଥିରେ ତୃପ୍ତି କହିଥିଲେ।ସେହିଭଳି ଅପରାଜିତା କହିଛନ୍ତି ଯେ କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁଶାନ୍ଙ୍କର ସର୍ବନାଶ ହୋଇଛି। ଗଲା ଦେଢ଼/ଦୁଇ ବର୍ଷରେ ବାବୁଶାନଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି।