ଅଗ୍ନିବିର ନିଯୁକ୍ତି ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ମନ୍ତ୍ରୀ ପ୍ରମିଳା

0

ଭୁବନେଶ୍ୱର: ବିଧାନସଭାରେ ଅଗ୍ନିବୀର ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସରକାର କାହିଁକି ୪ ବର୍ଷ ପାଇଁ ସେନାରେ ନିଯୁକ୍ତି ଦେଉଛନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ । ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଏ ପ୍ରସଙ୍ଗ ଉଠାଇଥିଲେ ପ୍ରମିଳା । ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିବାବେଳେ ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ କଂଗ୍ରେସ ସଦସ୍ୟ | ପ୍ରମିଳା କହିଛନ୍ତି ଯେ ଚୁକ୍ତିଭିତିକ ଚାକିରି ବିରୋଧରେ ବିଜେପି କଣ କଥା କହୁଛନ୍ତି ।

ଏମିତି କେଉଁଠି ସେନାଙ୍କୁ ଚାରି ବର୍ଷ ଚୁକ୍ତିରେ ରଖାଯାଏ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟ ସରକାର ଆଶା କର୍ମୀଙ୍କ ଦରମା ବି ବଢ଼ାଇଛି । ହେଲେ ସତ ଶୁଣିବାକୁ ବିରୋଧୀଙ୍କ ଧୈର୍ଯ୍ୟ ନାହିଁ ବୋଲି ପ୍ରମିଳା କହିଛନ୍ତି | ମାନ୍ଦାବସ୍ଥାରୁ ଓଡିଶାକୁ ଉଦ୍ଧାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଓଡିଶା ତୁଳନାରେ ଅଧିକ ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି । ଓଡ଼ିଶାରେ ନିୟମିତ ଚାକିରି କରିବାକୁ ବିଭିନ୍ନ ଦିଗକୁ ଦେଖି ଅନୁଧ୍ୟାନ କରାଯାଉଛି । ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତର ପରେ ଉପବାଚସ୍ପତି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ |

Leave A Reply

Your email address will not be published.