ପ୍ରଣୟ ଜେଠୀ “ବେଷ୍ଟ ମିଡ଼ିଆ ପ୍ଲାନର ସମ୍ମାନ ୨୦୨୫”ରେ ସମ୍ମାନିତ*
ଉତ୍କର୍ଷ ଓଡ଼ିଶା ତରଫରୁ “ବେଷ୍ଟ ମିଡ଼ିଆ ପ୍ଲାନର ସମ୍ମାନ ୨୦୨୫ରେ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ସମ୍ମାନିତ ହୋଇଛନ୍ତି l ଯୁବ ଉଦ୍ୟୋଗୀ ଭରତ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜେଠୀ ଏହି ସମ୍ମାନ ପ୍ରାପ୍ତ କରିଛନ୍ତି l ସେହି ଅବସରରେ ମୁଖ୍ୟ ଅତିଥି ଭାବରେ ଏକାମ୍ର ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ, କୋରେଇ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଏବଂ ତାରିଣୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କଳା, ସଂସ୍କୃତି, ବ୍ୟବସାୟ ଏବଂ ସାହିତ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ୩୦ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ତନ୍ମଧ୍ୟରୁ ଓଡ଼ିଆ ସିନେ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଥିବା ତଥା ଓଡ଼ିଆ ସିନେମାର ବହୁଳ ପ୍ରଚାର ଓ ପ୍ରସାର କରୁଥିବା ମିଡ଼ିଆ ପ୍ଲାନର ତଥା ଆମ ଟିଭିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ ଜେଠୀଙ୍କୁ ବେଷ୍ଟ ମିଡ଼ିଆ ପ୍ଲାନର ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିଲା l
ଏହା ସହ ରାଜ୍ୟର ଭବିଷ୍ୟତ ଅଭିବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ “ଓଡ଼ିଶାର ଅଭିବୃଦ୍ଧି କାହାଣୀ: ଏକ ପ୍ରଗତିଶୀଳ ଭବିଷ୍ୟତ ପାଇଁ ବ୍ୟବସାୟ, ସଂସ୍କୃତି ଏବଂ ସୃଜନଶୀଳ ନେତୃତ୍ୱକୁ ସୁଦୃଢ଼ କରିବା” ବିଷୟ ଉପରେ ଏକ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉତ୍କର୍ଷ ଓଡ଼ିଶାର ଏକ ପତ୍ରିକା ମଧ୍ୟ ଉନ୍ମୋଚିତ କରାଯିବା ସହ ଉତ୍କର୍ଷ ଓଡ଼ିଶାର ଏକ ନୂତନ ୱେବ୍ ଚ୍ୟାନେଲର ଶୁଭାରମ୍ଭ ମଧ୍ୟ କରାଯାଇଥିଲା। ଏହି ଚ୍ୟାନେଲ ମାଧ୍ୟମରେ ରାଜ୍ୟର କଳା, ସଂସ୍କୃତି, ସାହିତ୍ୟ ଏବଂ ବ୍ୟବସାୟ ଭିତ୍ତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ l ଏହି ଉତ୍କର୍ଷ ଓଡିଶା ସମ୍ମାନ ଉତ୍ସବରେ କଳା, ସଂସ୍କୃତି, ବ୍ୟବସାୟ ଆଦିରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପକ କେପି ପରିଚାଳନା କରିଥିଲେ l ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଯୁବ ଉଦ୍ୟୋଗୀ ଭରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l