ନୀତିଶଙ୍କୁ ବୁଢା କହିଲେ ପ୍ରଶାନ୍ତ କିଶୋର: ଜାଣନ୍ତୁ କାହିଁକି?

0

ପାଟନା (ଆମ ଟିଭି): ପୁଣି ମୁହାଁମୁହିଁ ନୀତୀଶ କୁମାର ଓ ପ୍ରଶାନ୍ତ କିଶୋର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ପରସ୍ପର ଭିତରେ ଜାରି ରହିଛି ବୟାନବାଜୀ। ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତିଶଙ୍କ ଅଭିଯୋଗକୁ ନେଇ ଉତ୍ତର ଦେଇଛନ୍ତି ପିକେ। ନୀତୀଶ କୁମାରଙ୍କୁ ସେ ପରୋକ୍ଷରେ ବୁଢ଼ା ତଥା ବୟସ୍କ ବୋଲି କହିଛନ୍ତି।

ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶଙ୍କ ଉପରେ ଧୀରେ ଧୀରେ ବୟସର ପ୍ରଭାବ ଦେଖିବାକୁ ମିଳିଛି। ସେ ବୁଢ଼ା ହୋଇଗଲେଣି। ସେ ଏପରି କିଛି ଲୋକଙ୍କ ସହ ଘେରି ଯାଇଛନ୍ତି ଯେ, ଯେଉଁଥିରେ ନିଜ ଉପରେ ତାଙ୍କର ବିଶ୍ୱାସ ନାହିଁ। ସେ ଏକୁଟିଆ ପଡ଼ିଯାଇଥିବାରୁ ଏପରି କହୁଛନ୍ତି। ସେ କ’ଣ କହୁଛନ୍ତି ତାହା ନିଜେ ବି ଜାଣିପାରୁ ନାହାନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ନୀତୀଶ କହୁଛନ୍ତି ମୁ ବିଜେପିର ଏଜେଣ୍ଡା ଉପରେ କାମ କରୁଛି। ପୁଣି କହୁଛନ୍ତି ମୁଁ କଂଗ୍ରେସ ଆଉ ଜେଡିୟୁକୁ ମିଶ୍ରଣ କରିବାକୁ କହିଥିଲି।

Leave A Reply

Your email address will not be published.