ପ୍ରଶାନ୍ତ କିଶୋରଙ୍କୁ ଭାଜପା ପ୍ରବକ୍ତା କହିଲା କଂଗ୍ରେସ, ମିଳିଲା କଡ଼ା ଜବାବ
ନିର୍ବାଚନୀ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି ବୋଲି ଏକ ସ୍କ୍ରିନସଟରେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଏହି ଦାବିକୁ ତଥାକଥିତ ଭାଜପାର ନକଲ ଚିଠି ବୋଲି ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜ ଏକ ବିବୃତ୍ତି ଜାରି କହିଛି।
ଏହି ପୋଷ୍ଟରେ ଦଳ କହିଛି “ବିଡ଼ମ୍ବନାକୁ ଦେଖନ୍ତୁ! କଂଗ୍ରେସ, ରାହୁଲ ଗାନ୍ଧୀ ଆପଣ ସମସ୍ତେ ମିଥ୍ୟା ଖବର ବିଷୟରେ କହୁଛନ୍ତି ଏବଂ ନିଜକୁ ପୀଡିତ ବୋଲି ଦାବି କରୁଛନ୍ତି। ବର୍ତ୍ତମାନ ନିଜକୁ ଦେଖନ୍ତୁ କଂଗ୍ରେସ ପାର୍ଟିର ଯୋଗୋଯୋଗ ମୁଖ୍ୟ ଜୟରାମ ରମେଶ, ଜଣେ ବରିଷ୍ଠ ନେତା, ବ୍ୟକ୍ତିଗତ ଭାବରେ ଏକ ନକଲି ଖବର ପ୍ରଚାର କରୁଛନ୍ତି।
ପ୍ରଶାନ୍ତ କିଶୋରଙ୍କ ଦଳ କଂଗ୍ରେସ ନେତା ଜୟରାମ ରମେଶ ନକଲି ଫଟୋ ସେୟାର କରିଥିବା ଅଭିଯୋଗ କରିଛନ୍ତି। ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଜନ ସୁରଜ ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯାହା ସେମାନେ ଦାବି କରିଛନ୍ତି ଯେ ହ୍ବାାଟସ ଆପରେ କଂଗ୍ରେସ ବରିଷ୍ଠ ନେତା ଏହାକୁ ଶେୟାର କରିଛନ୍ତି।