ଭୁବନେଶ୍ୱର(ଆମ ଟିଭି): ବନ୍ଧା ହୋଇ ଜେଲ୍ ଗଲେ କୋଟିପତି ଉପଜିଲ୍ଲାପାଳ । ବନ୍ଧା ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆର୍ୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଛି ଭିଜିଲା୍ନ୍ସ । ଶେଷରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
କାଲି ପ୍ରଶାନ୍ତଙ୍କ ଘରୁ ତିନି କୋଟିରୁ ଅଧିକ ଟଙ୍କା ମିଳିଥିଲା । ଏହାପରେ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିବାସହ ଆଜି ତାଙ୍କୁ ଗିରଫ କରାଯାଇଛି । ତାଙ୍କର ଏକ ବେନାମୀ ଆକାଉଣ୍ଟ ମଧ୍ୟ ଜବତ ହୋଇଛି । ଏହି ଆକାଉଣ୍ଟରେ ୨୦୧୯ରୁ ୨୧ ଲକ୍ଷ ଟଙ୍କା ରହିଛି । ତେବେ ବର୍ତ୍ତମାନ ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଥିବା ସୂଚନାମିଳିଛି । ୨୦୧୮ରେ ମଧ୍ୟ ସେ ଏକ ଲାଞ୍ଚ ମାମଲାରେ ଧରାପଡ଼ିଥିଲେ । ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।