ଡ଼ିସେମ୍ବର ୧୬ରେ ମୁକ୍ତିଲାଭ କରିବ “ପ୍ରସ୍ଥାନମ୍” ଚଳଚ୍ଚିତ୍ର

0

ଭୁବନେଶ୍ୱର(ଆମ ଟିଭି): ରେନ୍ ଡ୍ରପ୍ ପିକ୍ଚରର୍ସ ଓ କ୍ରିଏଟିଭ୍ ଫିଲ୍ମସ୍ ପ୍ରଯୋଜିତ ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର “ପ୍ରସ୍ଥାନମ୍” ଶୁଭ ମୁକ୍ତିଲାଭ କରିବାକୁ ଯାଉଛି। ଟ୍ରିଜର ଏବଂ ଅଡିଓ ରିଲିଜ ପରେ ପ୍ରଯୋଜନା ସଂସ୍ଥା ଅଣ୍ଟା ଭିଡିଛନ୍ତି ମୁକ୍ତିଲାଭ ପାଇଁ । ଏଥିରେ ସହଯୋଗୀ ଭାବେ ଡିଫିଲ୍ମସ ଓ ସୃଜନ ଫିଲ୍ମସ୍ ଥିବା ବେଳେ ଚଳଚ୍ଚିତ୍ର ର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟୁବ ଚାନେଲ ରେ ବେଶ ଲୋକାଦୃତ ହୋଇସାରିଛି । ପ୍ରଥମ ଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧା ଙ୍କ ଯୋଡି ଓଡ଼ିଆ ଦର୍ଶକ ଦେଖିବାର ସୁଯୋଗ ପାଇବେ । କଲେଜ ଇଲେକ୍ସନ ରେ ଘଟୁଥିବା କିଛି ନିଚ୍ଛକ ସତ୍ୟ ଘଟଣା କୁ ନେଇ ଚଳଚ୍ଚିତ୍ର ର କାହାଣୀ ଗତିଶୀଳ ହୋଇଛି । ରେନଡ୍ରପ ପିକ୍ଚର ଓ ଏସ ଏସ କ୍ରିଏଟିଭ ଫିଲ୍ମ ମିଳିତ ସହଯୋଗ ରେ ନିର୍ମିତ ଏଇ ଚଳଚ୍ଚିତ୍ର ରେ ସମ୍ପୂର୍ଣ୍ଣ ନିଆରା ଭୂମିକାରେ ଅଭିନେତା ପାର୍ଥସାରଥୀ ଅଭିନୟ କରିଛନ୍ତି ।

ୟଙ୍ଗ ସେନ୍ସେସନ୍ ତଥା ବହୁ ମ୍ୟୁଜିକ ଭିଡ଼ିଓ ର ନିର୍ଦ୍ଦେଶକ ରାଜା ଡି ଚଳଚ୍ଚିତ୍ର “ପ୍ରସ୍ଥାନମ୍” ର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସାଦ ନିଜାମ । ପ୍ରଯୋଜନା କରିଛନ୍ତି ରିଙ୍କୁ ରିନୁ ଜେନା ଏବଂ ଦେବେଶ ଚନ୍ଦ୍ର ଦାଶ । ଏହାର ସହ ପ୍ରଯୋଜନା ସୁଶୀଲ ବାରିକ କରିଥିବା ବେଳେ କାର୍ୟ୍ୟକାରୀ ପ୍ରଯୋଜନା ଭାର ଦୀପକ କୁମାର ଜେନା କାନ୍ଧେଇଛନ୍ତି । ଅଭିନୟ ରେ ସ୍ବର୍ଗତ ମିହିର ଦାସ, ମନୋଜ ମିଶ୍ର, ବଣ୍ଟି, ଉଷାସୀ ମିଶ୍ର, ଅମୀର ଏବଂ ରାଜସ୍ମିତା କର । ଚିତ୍ରତ୍ତୋଳନ ର ଭାର ଅକ୍ଷୟ କୁମାର ନାୟକ ନେଇଥିବା ବେଳେ ସମ୍ପାଦନା ଦାୟୀତ୍ୱ ରଞ୍ଜନ ଖଟେଇ ନେଇଛନ୍ତି । ପ୍ରଚାର ପ୍ରସାର ଦାୟୀତ୍ୱ ରେ ଅଛନ୍ତି ପ୍ରଣୟ ଜେଠୀ । ଚଳଚ୍ଚିତ୍ର ଟି ଏବର୍ଷର ନିଶ୍ଚୟ ଅନେକ ପ୍ରଶଂସା ସାଉଁଟିବା ସହିତ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.