ଯୁକ୍ତ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ

0

ଭୁବନେଶ୍ୱର (ଆମ ଟିଭି): ଯୁକ୍ତ୨ ବା ଦ୍ୱାଦଶ ପରୀକ୍ଷା ଆସନ୍ତା ୨୦୨୪ ଫେବୃୟାରୀ ୧୪ରୁ ଆରମ୍ଭ ହେବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପରୀକ୍ଷା ପରିଚାଳନା ପାଇଁ ଶିକ୍ଷକଙ୍କ ତାଲିକା ମଗାଯାଇଥିଲା। ଗତ ୧୫ ତାରିଖ ସୁଦ୍ଧା ନିଜ ଶିକ୍ଷାନୁଷ୍ଠାନରେ ଥିବା ଶିକ୍ଷକଙ୍କ ତାଲିକା ବା ଷ୍ଟାଫ୍‌ ଇନ୍‌ ପୋଜିସନ ଦେବା ପାଇଁ କୁହାଯାଇଥିଲା। କିନ୍ତୁ ବହୁ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷ ଏହି ତାଲିକା ପଠାଇନାହାନ୍ତି।

ସେଥିପାଇଁ ସେମାନଙ୍କୁ ଆସନ୍ତା ୨୫ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ, କମ୍ପୋଜିଟ ସ୍କୁଲ, ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଅପ୍‌ଗ୍ରେଡେଡ୍‌ ସରକାରୀ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ତଥା ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

Leave A Reply

Your email address will not be published.