ପୁରୀ(ଆମ ଟିଭି): ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଏହାରି ଭିତରେ ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶ୍ରୀଦାଣ୍ଡ, ଶ୍ରୀ ସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ ସମୀକ୍ଷା କରିଛନ୍ତି । ପୂର୍ତ୍ତ ସଚିବଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ । ଏହା ସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ୟ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମସ୍ତ ଗାଡ଼ି ସେଠାରେ ପାର୍କିଂ ହେବ । ସେଠାରେ ହୋଇଥିବା ଯାତ୍ରୀ ବିଶ୍ରାମଗାର, ଶୌଚାଳୟର ବି ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଆରମ୍ଭ ହୋଇଥିଲା ବୈଠକ ।
ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ସୁରକ୍ଷା ବ୍ୟବସ୍ଥା । ପୁରୀକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସିସିଟିଭି ବଳୟରେ ରହିବ ପୁରୀ ସହର । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟପଟେ ୧୨ରୁ ଶ୍ରୀସେତୁ ସ୍ୱାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ୧୧ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ କାମ ହସ୍ତାନ୍ତର କରାଯିବ ।