ଦେଶବାସୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କହିଲେ ଏପରି କଥା

0

ନୂଆଦିଲ୍ଲୀ (ଆମ ଟିଭି): ଦେଶବାସୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରକ୍ଷା ବନ୍ଧନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ଶ୍ରୀମତୀ ମୁର୍ମୁ କହିଛନ୍ତି:- “ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ରକ୍ଷା ବନ୍ଧନ ହେଉଛି ଭାଇ ପ୍ରତି ଭଉଣୀର ଭଲପାଇବା ଓ ସ୍ନେହର ଅଭିବ୍ୟକ୍ତି ଏବଂ ଏହା ସେମାନଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦୋହରାଇବାର ଅବସର । ସ୍ୱତଃସ୍ଫୁର୍ତ୍ତ ଭଲପାଇବା ଓ ପରିପୂରକତାର ପ୍ରତୀକ ରକ୍ଷା ବନ୍ଧନ ଲୋକଙ୍କୁ ଆପଣାର କରିଥାଏ ।‘’

Leave A Reply

Your email address will not be published.