ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କାର୍ୟ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ (ଆମ ଟିଭି): ବ୍ରିଟେନର ରାଣୀ ଏଜିଜାବେଥ ଦ୍ୱିତୀୟଙ୍କ ବିୟୋଗ ପରେ ଏବେ ବ୍ରିଟେନର ନୂଆ ରାଜା ହେଲେ ପ୍ରିନ୍ସ ଚାଲର୍ସ । ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ୟ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ଶୋକବ୍ୟକ୍ତ କରିବେ। ଏଥିପାଇଁ ସେପ୍ଟେମ୍ବର ୧୭ରୁ ୧୯ ମଧ୍ୟରେ ରାଷ୍ଟ୍ରପତି ଲଣ୍ଡନରେ ଉପସ୍ଥିତ ରହିବେ। ବ୍ରିଟେନର ପୂର୍ବତନ ରାଷ୍ଟ ମୁଖ୍ୟ କୁଇନ୍ ଏଲିଜାବେଥ ଦ୍ୱିତୀୟ ମଧ୍ୟ କମନୱେଲଥ୍ ରାଷ୍ଟ୍ରର ମଧ୍ୟ ମୁଖ୍ୟ ଥିଲେ । ସେପ୍ଟେମ୍ବର ୭ରେ ରାଣୀଙ୍କର ପରଲୋକ ହୋଇଥିଲା। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣୀଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି।

ସେହିପରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଥିବା ବ୍ରିଟିସ୍ ହାଇକମିଶନରଙ୍କ କାର୍ୟ୍ୟାଳୟରେ ଭେଟି ରାଣୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି। ଭାରତ ମଧ୍ୟ ରାଣୀଙ୍କ ସମ୍ମାନେର୍ଥେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିଛି। ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଲାଲକିଲ୍ଲା ଓ ରାଷ୍ଟ୍ରପତି ଭବନ ସମେତ ଦେଶବ୍ୟାପୀ ଜାତୀୟ ପତାକା ଅର୍ଦ୍ଧନମିତ ରହିଥିଲା। ରାଣୀ ଏଲିଜାବେଥ ଦ୍ୱିତୀୟ ବ୍ରିଟେନର ରାଣୀ ଭାବେ ସର୍ବାଧିକ ବର୍ଷ କାର୍ୟ୍ୟ କରିଛନ୍ତି। ଗତ ୮ ତାରିଖରେ ତାଙ୍କର ପରଲୋକ ହୋଇଛି। ଏଥିପାଇଁ ବ୍ରିଟେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ଏବେ ପାଳନ କରାଯାଉଛି। ୭୦ ବର୍ଷ ଧରି ରାଣୀ ଆସନରେ ବସିବା ପରେ ୯୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।

Leave A Reply

Your email address will not be published.