ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

0

ଭୁବନେଶ୍ୱର: ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସେ  ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଆସୁଛନ୍ତି । ଯଦିଓ ରାଷ୍ଟ୍ରପତି ଭବନରୁ ଜିଲା ପ୍ରଶାସନକୁ ଏନେଇ ଅଦ୍ୟାବଧି କୌଣସି ବିଦ୍ଧିବଦ୍ଧ ସୂଚନା ଆସିନାହିଁ, ତଥାପି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ ଏଭଳି ଗସ୍ତ ନେଇ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ୟ୍ୟକ୍ରମରେ ଯୋଗଦେବେ। ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ। ରାଇରଙ୍ଗପୁରରେ ସ୍ଥାନୀୟ ଲୋକଙ୍କୁ ଭେଟିବେ ଓ ରାତ୍ରି ଯାପନ କରିବେ। ୨୧ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ।

ପୂର୍ବରୁ ପୂଜା ଭେଟି ସ୍ୱରୂପ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍ ଓ ବାଦାମପାହାଡରୁ ଟାଟାନଗର ଦୈନିକ ଟ୍ରେନ (ରବିବାର ବ୍ୟତୀତ)ର ଚଳାଚଳ ନେଇ ଘୋଷଣା କରିଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ।

Leave A Reply

Your email address will not be published.