ଆଜି କାଶ୍ମୀର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତି ପଦରେ ବସିବା ପରେ ଦ୍ରୌପଦୀ ମୁର୍ମୁଙ୍କର ଆଜି ହେଉଛି ପ୍ରଥମ କାଶ୍ମୀର ଗସ୍ତ । କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ରାଷ୍ଟ୍ରପତି ୨୦୨୦ରୁ ବିଶ୍ୱବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରିବେ । ସମାବର୍ତ୍ତନ ଉତ୍ସବରେ ୪୦୦ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ପିଏଚଡି ଓ ଏମଫିଲ୍ ଡିଗ୍ରୀ ପ୍ରଦାନ କରାଯିବ । ଶ୍ରୀନଗରର ଡାଲ୍ ହ୍ରଦରେ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋରେ ମଧ୍ୟ ଯୋଗଦେବେ ରାଷ୍ଟ୍ରପତି । ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ରାତ୍ରଭୋଜନ ଦେବେ ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାଶ୍ମୀର ଉପତ୍ୟକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମାବର୍ତ୍ତନ ଉତ୍ସବରେ ଯେଉଁମାନେ ରହିବେ ସେମାନଙ୍କ ପ୍ରୋଫାଇଲର ଗୁଇନ୍ଦା ସମୀକ୍ଷା କରାଯାଇଛି ।

Leave A Reply

Your email address will not be published.