କାଲି ଓଡିଶା ଆସିବେ ରାଷ୍ଟ୍ରପତି

0

ଭୁବନେଶ୍ୱର: ଆସନ୍ତାକାଲି ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସହରରେ ଜୋରଦାର୍ ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ରାଇରଙ୍ଗପୁରକୁ ଏହା ତାଙ୍କର ପ୍ରଥମ ଗସ୍ତ । ଏନେଇ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ନିଜ ଶ୍ୱଶୁର ଘର ଗ୍ରାମ ପାହାଡପୁରକୁ ଯିବେ। ଏଥିସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସାତପଉଟିଆଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ନିଶାମୁକ୍ତ ଓଡିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସେନାର ହେଲିକପ୍ଟର ଆସି ଟ୍ରାଏଲ ରନ କରିଛନ୍ତି। ବାରିପଦାର ରାଣିବଦ୍ଧଠାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଚାରିଟି ଅସ୍ଥାୟୀ ହେଲିପେଡ ନିର୍ମାଣ ହୋଇଛି। ବାୟୁସେନାର ଅଧିକାରୀ ମାନେ ଆସି ହେଲିପେଡ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି।

Leave A Reply

Your email address will not be published.