ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳ : କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ଯଶୱନ୍ତ ନା ଦ୍ରୌପଦୀ ?

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳ। କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ଆଜି ଜଣାପଡିବ । ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା କିଏ ରାଇସିନା ହିଲରେ ବସିବେ ତାର ଫଳାଫଳ ଆଜି ଆସିବ । ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଦିନ ୧୧ଟାରୁ ଭୋଟ ଗଣତି ଆରମ୍ଭ ହେବ । ଗଣତି ପରେ ସ୍ପଷ୍ଟ ହୋଇଯିବ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ଭୋଟ ଗଣତି ହୋଇନଥିଲେ ବି ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ତଥା ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ରାଇସିନା ହିଲରେ ବସିବା ଏକ ପ୍ରକାର ଥୟ ।

ପ୍ରଥମ ଓଡିଆ ତଥା ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ଦେଶର ରାଷ୍ଟ୍ରପତି ହେବ । ଆସନ୍ତା ୨୫ତାରିଖରେ ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଗତ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । 

Leave A Reply

Your email address will not be published.