ଏହି ରାଜ୍ୟରେ ଲାଗିବ ରାଷ୍ଟ୍ରପତି ଶାସନ !
ପଶ୍ଚିମବଙ୍ଗର ସନ୍ଦେଶଖାଲିରୁ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଘଟଣାକୁ ନେଇ ପୂରା ରାଜ୍ୟରେ ହିଂସା ଓ ରାଜନୀତିକ ବାଦବିବାଦ ଲାଗି ରହିଛି। କ୍ଷମତାସୀନ ଟିଏମସର ହେଭିୱେଟ ନେତା ଶେଖ ଶାହଜାହାନ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ସନ୍ଦେଶଖାଲିରେ ରହୁଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ବିଜେପି ଅଭିଯୋଗ କରିଛି।
ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନସିଏସ୍ସି)।
ଆୟୋଗର ଗୋଟିଏ ଟିମ ଗୁରୁବାର ସନ୍ଦେଶଖାଲି ଗସ୍ତରେ ଯାଇଥିଲେ। ସେମାନେ ସେଠାକାର ସ୍ଥିତି ପରଖି ଥିଲେ। ଆଜି ଆୟୋଗ ପକ୍ଷରୁ ଗୋଟିଏ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କ ନିକଟରେ ଦାଖଲ କରାଯାଇଛି। ଏହି ରିପୋର୍ଟରେ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଏନସିଏସ୍ସି ଅଧ୍ୟକ୍ଷ ଅରୁଣ ହାଲଦାର କହିଛନ୍ତି, “ରାଜ୍ୟରେ କ୍ଷମତାସୀନ ସରକାର ସହ ଅପରାଧୀମାନେ ହାତ ମିଳାଇଛନ୍ତି। ଏହା ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରୁଛି।