ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ନୂଆ ଚଳଚ୍ଚିତ୍ର ‘ଘମାଘୋଟ’ର ସାମ୍ବାଦିକ ସମ୍ମିଳନୀ, ଆସନ୍ତା କାଲି ଶୁଭମୁକ୍ତି
ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲି କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନର ରେ ନିର୍ମିତ ହୋଇଥିବା ଆକ୍ସନ ଫିଲ୍ମ ଘମାଘୋଟ ଓଡ଼ିଶାର ୪୫ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ l ସେ ନେଇ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା l ଏହି ସମ୍ମିଳନୀରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି., ଅଭିନେତା ବିଭାସ, ସନୋଜ, ସନ୍ଦୀପ, ତପି ମିଶ୍ର, ମିଷ୍ଟର ରାଉତ ଏବଂ ଅଭିନେତ୍ରୀ ଜୟଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l କଟକ ସ୍ଥିତ ବୃନ୍ଦାବନ ଏବଂ ଭୁବନେଶ୍ୱର ମହାରାଜା ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଘମାଘୋଟ ର ପ୍ରିମିୟର ଶୋ ହେବ l
ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ତେଣୁ ଏହି ଧାରାରେ ଏବେ ଫିଲ୍ମ ପାଇଁ ନିଚ୍ଛକ କାହାଣୀ ଓ ବାସ୍ତବବାଦୀ ବିଷୟବସ୍ତୁକୁ ଧ୍ୟାନ ଦିଆଯାଉଛି । ଅନେକ ଦିନରୁ ଅପେକ୍ଷା କରିଥିବା ସିନେପ୍ରେମୀ ଙ୍କ ପସନ୍ଦର ନୂଆ ଚଳଚ୍ଚିତ୍ର ‘ଘମାଘୋଟ’ କାଲି ( ୧୩ ମାର୍ଚ୍ଚ ରେ ) ମୁକ୍ତିଲାଭ କରିବ ।
ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ । ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ଅଛନ୍ତି ଅନେକ ଷ୍ଟାର କାଷ୍ଟ ଯାହାଙ୍କୁ ଆପଣ ଆଗରୁ ଅନେକ ଭଲପାଇବା ଦେଇ ସାରିଛନ୍ତି । ଫିଲ୍ମରେ ସନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ତପି ମିଶ୍ର, ଆକାଶ ହୋତା , ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଜଣ୍ଟି, ଏଇମନ ପ୍ରଧାନ , ବିଭାସ ଓ ନବାଗତା ଜୟଶ୍ରୀ ଷଡ଼ଙ୍ଗୀ ରହିଛନ୍ତି । ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୁର୍ଯ୍ୟଜୀତ୍ ।
ତେବେ ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡଆଙ୍କ ମନକୁ ଛୁଇଁବ ବୋଲି ଆଶା ଓ ବିଶ୍ବାସ ରଖିବା ସହିତ ମତ ରଖିଛନ୍ତି l ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l