ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ: ଆଜି ବାହାରିପାରେ ନିଷ୍କର୍ଷ

0

ଭୁବନେଶ୍ୱର(ଆମ ଟିଭି): ଗତ କିଛି ଦିନ ହେବ ଓଡ଼ିଶାର ସମସ୍ତ ପ୍ରାଥମିକ ସ୍କୁଲରେ ଝୁଲୁଛି ତାଲା । ପାଠପଢା ଏକପ୍ରକାର ଠପ୍ ହୋଇଯାଇଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ବାହାରିପାରେ ବାଟ । ସମାଧାନ ହୋଇପାରେ ପିଲାଙ୍କ ପାଠପଢା ବନ୍ଦ ସମସ୍ୟା । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଡାକରା ଆସିବା ପରେ ପ୍ରାଥମିକ ଶିକ୍ଷକଙ୍କ ୩ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ହେବ । ଅପରାହ୍ଣ ୫ଟାରେ ଏହି ବୈଠକ ବସିବ । ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଶିକ୍ଷକମାନେ ନିଜ ଜିଦରେ ଅଟଳ ରହିଥିଲେ ।

ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଆଲୋଚନା ହେବା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ପାରନ୍ତି ବୋଲି ଆଶା କରାଯାଉଛି । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ଆଗରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

 

Leave A Reply

Your email address will not be published.