ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

0

ଭୁବନେଶ୍ୱର(ଆମ ଟିଭି): ଆଜିଠୁ ପୁଣି ଗର୍ଜିବେ ଶିକ୍ଷକ । ପ୍ରଥମିକ ଶିକ୍ଷକମାନଙ୍କର ଆନ୍ଦୋଳନ ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କୁ ଏକ୍ସ କ୍ୟାଡରର ହଟାଇବା ପରି ଦାବି ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ ଓ ଶିକ୍ଷୟତ୍ରୀ । କାର୍ୟ୍ୟ ବନ୍ଦ କରିବା ସହ ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଜାରି ରଖିବେ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କହିଛି ।

ପାଖାପାଖି ୧ ଲକ୍ଷରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି । ତେଣୁ ପାଠ ପଢା ଏକ ପ୍ରକାର ଠପ୍ ହେବାକୁ ଯାଉଛି । ବିଭିନ୍ନ ସମସ୍ୟାର ସମାଧାନ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଶିକ୍ଷକ ସଂଘ ଅଗଷ୍ଟ ୫ରୁ ବିଇଓ ଏବଂ ୧୧ ତାରିଖରେ ଡିଇଓ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.