ଜୟ ଜଗନ୍ନାଥରୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ: ଓଡିଶା ମାଟିରୁ ବିରୋଧୀଙ୍କୁ କଲେ ଟାର୍ଗେଟ

0

ଓଡିଶା ଆସି ସାଧାରଣସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହ ଓଡିଆରେ କହିଲେ ଓଡିଶାର ଭାଇ ଭଉଣୀଙ୍କୁ ମୋର ନମସ୍କାର । ଆହୁରି କହିଛନ୍ତି କି, ୫ ଦିନ ପୂର୍ବରୁ ଦିଲ୍ଲୀରେ ଓଡିଶା ପର୍ବରେ ସାମିଲ ହୋଇଥଲି । ବଢିଆ ମସାଲାଦାର ଚି ବି ପିଇଥିଲି । ଆଜି ମୋତେ ବାବା ଲିଙ୍ଗରାଜଙ୍କ ମାଟିକୁ ଆସିବାକୁ ସୁଯୋଗ ମିଳିଲା । ଏଠାରେ ଏତେ ମାତ୍ରାରେ ଲୋକମାନେ ଆସିବା ଆଉ ଆପଣଙ୍କ ଏହି ଭଲ ପାଇବା ପାଇଁ ମୁଁ ଋଣି ।

ବିପକ୍ଷ ଦଳ ବିଜେପି ସରକାର ବିରୋଧରେ ଅପପ୍ରଚାର କରୁଛନ୍ତି ହେଲେ ଜନତା ବିଜେପି ସରକାରର କାମକୁ ଦେଖି ତାଙ୍କୁ ଆଶୀର୍ବାଦ ଦେବା ପାଇଁ ମୈଦାନକୁ ଆସନ୍ତି । ନିର୍ବାଚନ ପୂର୍ବରୁ ବଡ ବଡ ପଲିଟିକାଲ ଏକ୍ସପର୍ଟ କହୁଥିଲେ ଓଡିଶାରେ ବିଜେପି ଛିଡା ହୋଇପାରିବନି । ହେଲେ ଯେତେବେଳେ ଫଳାଫଳ ଆସିଲା ଯେଉଁମାନେ ନିଜକୁ ତିସମାର ଖାନ ଭାବୁଥିଲେ ସେମାନେ ଚୁପ ହୋଇଗଲେ । ଓଡିଶାର ଲୋକମାନେ ବିଜେପିର କାମକୁ ବିଶ୍ୱାସ କରିଛନ୍ତି । ଯେତେବେଳେ ରାଜ୍ୟରେ ଆମ ସରକାର ନଥିଲା ଆମ ଯୋଜନାର ନାଁକୁ ବଦଳାଇ ଦେଉଥିଲେ । ତଥାପି ଆମେ କାମ କରିଚାଲିଥିଲୁ । ମୁଁ କହି ରଖୁଛି ଭାରତ ସରକାରରେ ଯେତିକି ଓଡିଆ ପ୍ରତିନିଧିତ୍ୱ ରହିଛି ଆଗରୁ କେବେ ହୋଇନଥିଲା । ଆମେ ଓଡିଶା ପାଇଁ ନୂଆ ନୂଆ ଯୋଜନା କରିଥିଲୁ ସବୁ ବର୍ଗର ସମାନ ଭାବେ ସେବା କରିଥିଲୁ । ତେଣୁ ଏଠିକାର ଜନତା ବିଜେପି ଉପରେ ଭରସା କଲେ ଆଉ ହୃଦୟ ଖୋଲି ଆଶୀର୍ବାଦ ଦେଲେ । ଭାଷା କେବେ ପ୍ରତିବନ୍ଧକ ହେଲାନି କାରଣ ଭାବ ଶକ୍ତିଶାଳୀ ଥିଲା ।

ଆମେ ୨୦୧୪ରେ ଆସିଲୁ, ୨୦୨୯ରେ ଆସିଲୁ ଯେତିକି ପ୍ରଭାବ ଥିଲା ତାଠାରୁ ଅଧିକ ପ୍ରଭାବ ୨୦୨୪ରେ ରହିଛି । ମୁଁ ମାନୁଛି ରାଜନୀତିରେ ନୀତିଗତ ବିରୋଧ ବହୁତ ସ୍ୱଭାବିକ । ଯେଉଁ ଲୋକ ସତ୍ତାକୁ ନିଜ ଜନ୍ମଗତ ଅଧିକାର ଭାବୁଥିଲେ । ସେମାନଙ୍କ ପାଖରେ କେନ୍ଦ୍ରର ସତ୍ତା ଗତ ଏକ ଦଶକରୁ ହରାଇ ସାରିଛନ୍ତି । ସେମାନଙ୍କର ରାଗ ଜନତାଙ୍କ ଉପରେ ବି ରହିଛି । ସେମାନଙ୍କ ଜିଦ ପାଇଁ ସେମାନେ ଦେଶ ବିପକ୍ଷରେ ଷଡଯନ୍ତ୍ର କରୁଛନ୍ତି । ଦେଶକୁ ଖରାପ ରାସ୍ତାରେ ନେଇ ଯିବାକୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ମୁଁ ସବୁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଆମକୁ ସବୁସ୍ଥିତିରେ ସତର୍କ ରହିବାକୁ ହେବ । ଲୋକଙ୍କୁ ସଚେତନ କରିବାକୁ ହେବ । ସତ୍ତାର ଭୋକିଲା ଏହି ଲୋକ ଜନତାଙ୍କୁ ମିଛ କହି ଆସୁଛନ୍ତି ।

Leave A Reply

Your email address will not be published.