ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦେଶର ଗରିବଙ୍କ ଦୁର୍ଦ୍ଦଶା ବୁଝନ୍ତି । ରବିବାର ଦିନ ରାଜସ୍ଥାନର କୋଟାସ୍ଥିତ ଦଶହରା ଷ୍ଟାଡିୟମ୍ରେ ଆୟୋଜିତ ‘କ୍ରେଡିଟ୍ ଆଉଟ୍ରିଚ୍ ପ୍ରୋଗ୍ରାମ୍’ରେ ବିଭିନ୍ନ ହିତାଧିକାରୀଙ୍କୁ ଉଦବୋଧନ ଦେବା ବେଳେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବମାନଙ୍କ ଦୁର୍ଦ୍ଦଶା ବୁଝନ୍ତି।
ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରି ବିର୍ଲା କହିଲେ, କେନ୍ଦ୍ର ଅର୍ଥମନ୍ତ୍ରୀ ବର୍ତ୍ତମାନ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି କାର୍ୟ୍ୟରେ ବ୍ୟସ୍ତ ଅଛନ୍ତି। ସେ କହିଥିଲେ, ଆଗାମୀ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ପ୍ରସ୍ତୁତି କରୁଥିବାରୁ ଅର୍ଥମନ୍ତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ମୂଲ୍ୟବାନ। ସେ ସାଧାରଣ ବୁଲା ବିକାଳିଙ୍କ କଷ୍ଟ ବୁଝିପାରନ୍ତି। ସେ ଚା ବିକ୍ରେତା ହୁଅନ୍ତୁ କି, ଜଳଖିଆ ବିକ୍ରେତା ହୁଅନ୍ତୁ, ‘ପ୍ରଧାନମନ୍ତ୍ରୀ ନିଧି ଯୋଜନା’ ସେ ସେମାନଙ୍କୁ ସ୍ବାବଲମ୍ବୀ କରାଉଛନ୍ତି। ‘ମୁଦ୍ରା ଯୋଜନା’ ଓ ‘ଷ୍ଟାର୍ଟ-ଅପ୍ ଯୋଜନା’ରେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ମୋଦୀ ଜଣେ କର୍ମଯୋଗୀ। ‘ସ୍ବୟଂ-ସହାୟକ ଗୋଷ୍ଠୀ’ରେ କାର୍ୟ୍ୟରତ ମହିଳାମାନେ ରାଜ୍ୟ ଅର୍ଥନୀତି କଳକୁ ସୁଦୃଢ଼ କରୁଛନ୍ତି।