ଆଜି ସମ୍ୱଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

0

ସମ୍ବଲପୁର(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି। ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ ପରିସର ଉଦ୍‌ଘାଟନ ସହ ୬୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପଗୁଡ଼ିକର ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ଶ୍ରୀ ମୋଦୀ ସମ୍ବଲପୁରର ରେମେଡରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବଲପୁର ସହର ସାରା ପୁଲିସ ଛାଉଣୀ ହୋଇଛି। ପ୍ରକଳ୍ପ ଲୋକାର୍ପଣ ଓ ଭିତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ କେନ୍ଦ୍ରର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆସୁଥିବାରୁ ଏହି ଗସ୍ତର ଗୁରୁତ୍ବ ବୃଦ୍ଧି ପାଇଛି। ୨୦୨୧ ଜାନୁଆରୀ ୨ରେ କୋଭିଡ୍ ସମୟରେ ଆଭାସି ଜରିଆରେ ପ୍ରଧାନମନ୍ତ୍ରୀ ଆଇଆଇଏମ୍‌, ସମ୍ବଲପୁରର ଶିଳାନ୍ୟାସ କରିଥିଲେ।

Leave A Reply

Your email address will not be published.