ସୁନାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୂର୍ତ୍ତି
ଗୁଜୁରାଟ ନିର୍ବାଚନରେ ବିଜେପି ଯେତିକି ସିଟ୍ ରେ ବିଜୟୀ ହୋଇଥିଲା ସେତିକି ଗ୍ରାମରେ ଏହି ମୂର୍ତ୍ତି ନିର୍ମାଣ ହୋଇଛି ।ସୁନାରେ ମୋଦି। ୧୫୬ ଗ୍ରାମ ସୁନାରେ ନିର୍ମାଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି। ଯାହା ଦେଖିବାକୁ ଯେତେ ଆକର୍ଷଣୀୟ, ସେତେ ମୂଲ୍ୟବାନ ମଧ୍ୟ। ଗୁଜରାଟ ସୁରତରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି।
୩ ଇଞ୍ଚ ଚଉଡ଼ା, ସାଢ଼େ ୪ ଇଞ୍ଚ ଲମ୍ବ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବାକୁ ଲାଗିଛି ୩ ମାସର ସମୟ। ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ମୋଦିଙ୍କ ଏହି ପ୍ରତିମୂର୍ତ୍ତିରେ ଅନେକ ବିଶେଷତ୍ୱ ରହିଛି।