ମେଟ୍ରୋରେ ଗଲେ ପ୍ରଧାନମନ୍ତ୍ରୀ ମୋଦି
ଦିଲ୍ଲୀ ମେଟ୍ରୋରେ ଶୁକ୍ରବାର ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମେଟ୍ରୋ ଯୋଗେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚି, ସେଠାରେ ଶିକ୍ଷାନୁଷ୍ଠାନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ନିଜର ଅଭିଭାଷଣ ରଖିଛନ୍ତି।
ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦି ମେଟ୍ରୋରେ ଯାଇଛନ୍ତି। ସେ ମେଟ୍ରୋରେ ଯାତ୍ରା କରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ଲାଟଫର୍ମରେ ପହଞ୍ଚିବା ପରେ ନିୟମ ଅନୁସାରେ ସବୁ କିଛି ଯାଞ୍ଚ ପରେ ଟ୍ରେନରେ ଚଢ଼ିଥିଲେ।
ସେ ଏହି ଯାତ୍ରା ସମୟରେ ଟ୍ରେନରେ ଥିବା ସାଧାରଣ ଲୋକଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ। ସେ ଜଣେ ସାଧାରଣ ଲୋକଙ୍କ ଭଳି ହସଖୁସିରେ କଥାବାର୍ତ୍ତା କରି ମେଟ୍ରୋରେ ଯାତ୍ରା କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକଙ୍କ ସହ ସେ ଫଟୋ ମଧ୍ୟ ଉଠାଇଥିଲେ।