ଭୁବନେଶ୍ୱର(ଆମ ଟିଭି): ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ ସମୟରେ ସେ ପୁରୀରେ ରୋଡ୍ ଶୋ କରିବେ। ଏହାସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ। ଏନେଇ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ସେହିଭଳି ୧୫ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଉରକେଲା, କଣ୍ଟାବାଞ୍ଜି, ସୋରଡ଼ାରେ ଶାହା ସମାବେଶ କରିବେ। ସେହିପରି ୧୭ ତାରିଖରେ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରି ସମାବେଶ କରିବେ।
ଚଳିତ ମାସରେ ମୋଦି ଦୁଇଥର ଓଡ଼ିଶା ଆସି ସାରିଲେଣି। ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି। ବୁଧବାର ମୋଦି ବରଗଡରେ ସମାବେଶକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ।