ନୂଆଦିଲ୍ଲୀ (ଆମ ଟିଭି): ଆଜି ମନ୍ ବି ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ନିଜର ମନର କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ମନ୍ କି ବାତ୍’ରେ ନୂଆ ଖାଇ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ କେରଳର ଓନାମ ଓ ବିଭିନ୍ନ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ଶୁଭକାମନା ଦେଇଛନ୍ତି। ଏହା ଆମ ସାଂସ୍କୃତିକ ପାରମ୍ପାରିକ ସମ୍ପର୍କରୁ ରୁଦ୍ଧିମନ୍ତ କରିବ ବୋଲି କହିଥିଲେ। ଆଜିର ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ତ୍ରୀରଙ୍ଗା ଉତ୍ସବ ବିଷୟରେ ସୂଚନା ଦେଇଛନ୍ତି।
ଏହାକୁ ନେଇ ଦେଶ ବିଦେଶରେ ଉତ୍ସବ ପାଳନ କରାଯାଉଥିବା ସେ କହିଥିଲେ। ଏହି ଉତ୍ସବ ୨୦୨୩ ସ୍ୱାଧିନତା ଦିବସ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ସେ କହିଛନ୍ତି। ସେହିପରି ଦେଶରେ ଜଳ ସଂରକ୍ଷଣ ଏବଂ କୁପୋଷଣ ଦୁର କରିବା ଉପରେ ସେ ଜୋର ଦେଇଛନ୍ତି।