ଦେଶର ୫୦୮ଟି ରେଳ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶର ୫୦୮ଟି ରେଳ ଷ୍ଟେସନର ନବୀକରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଦୁଇ ରେଳ ରାଷ୍ଟମନ୍ତ୍ରୀ ସାମିଲ ହୋଇଛନ୍ତି । ଏହି ଷ୍ଟେସନ୍ ଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକାଶ କରାଯିବ । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍ ରହିଛି ।

ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜ ଟେମ୍ପଲ ରୋଡରେ ଶିଳାନ୍ୟାସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଥିଲେ । ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନର ବିକାଶ ପାଇଁ ୧୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

Leave A Reply

Your email address will not be published.